IMD-Malaria-Outbreak
Advertisment
- ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟା- IMD ଡିଜି
- ବାତ୍ୟାର ସ୍ଥିତି ଓ କ୍ଷୟକ୍ଷତି ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କଲେ ଆକଳନ
- ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇବ ବାତ୍ୟା
- ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ
- ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ରରେ ୨ରୁ ୪ ମିଟର ଜୁଆର ଆସିବ
- କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୨ ମିଟର ଜୁଆର ଆସିବ
- ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବି ପ୍ରଭାବ ରହିବ
- ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ
- ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେବ
- ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ
- ଆଜି ମଧ୍ୟରାତ୍ରରୁ ୬୦ରୁ ୮୦ କିମି ବେଗରେ ପବନ ବହିବ
- କାଲି ସକାଳ ବେଳକୁ ପବନର ବେଗ ୧୫୦ରୁ ୧୬୦ କିମି ରହିବ
- ଫଣି ଠାରୁ ପବନର ବେଗ ପାଖାପାଖି ୫୦ କିମି କମ୍ ରହିବ
Advertisment
ଭୁବନେଶ୍ୱର: ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍ରେ SRC ଦେଲେ ବଡ଼ ସୂଚନା। କହିଲେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବା ନେଇ IMD ସୂଚନା ଦେଇଛି। ତଥ୍ୟ ଅନୁସାରେ ଭିତରକନିକା, ଧାମରା, ଚାନ୍ଦବାଲିରେ ଲ୍ୟାଣ୍ଡଫଲ ଆଙ୍କାରେ ସରକାର ପ୍ରସ୍ତୁତି କରିଛନ୍ତି। ଆଜି ସନ୍ଧ୍ୟା ପରଠାରୁ ପବନ ବଢିବାର ଆଶଙ୍କା ରହିଥିବା ନେଇ ସୂଚନା ଦେଇଛନ୍ତି ଏସଆରସି। ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ ଏବଂ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMD-Malaria-Outbreak_1626257185.jpg)