Advertisment

ଆସୁଛି ବାତ୍ୟା ‘ୟାସ୍‌‘: ସମୁଦ୍ରରେ ୨ରୁ ୪ ମିଟର ଉଚ୍ଚ ଜୁଆର ଆସିପାରେ

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି ଭୋର ୫ଟା ୩୦ରେ ବାତ୍ୟା ‘ୟାସ୍‌‘ରେ ପରିଣତ ହୋଇଛି। ଏବେ ଏହା ପାରାଦୀପରୁ ୫୦୦ କି.ମି. ଦୂରରେ ଥିବା IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ‘ୟାସ୍‌’କୁ ନେଇ IMD ଡିଜି ସୂଚନା ଦେଇ କହିଛନ୍ତି, ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କି.ମି. ଭିତରେ ରହିଛି। ଆଜି ଭୀଷଣ ବାତ୍ୟାର ରୂପ ନେବ ଓ ଆସନ୍ତାକାଲି ଏହା […]

ଆସୁଛି ବାତ୍ୟା ‘ୟାସ୍‌‘: ସମୁଦ୍ରରେ ୨ରୁ ୪ ମିଟର ଉଚ୍ଚ ଜୁଆର ଆସିପାରେ

waves in sea

Advertisment

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି ଭୋର ୫ଟା ୩୦ରେ ବାତ୍ୟା ‘ୟାସ୍‌ରେ ପରିଣତ ହୋଇଛି। ଏବେ ଏହା ପାରାଦୀପରୁ ୫୦୦ କି.ମି. ଦୂରରେ ଥିବା IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ବାତ୍ୟା ‘ୟାସ୍‌’କୁ ନେଇ IMD ଡିଜି ସୂଚନା ଦେଇ କହିଛନ୍ତି, ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କି.ମି. ଭିତରେ ରହିଛି। ଆଜି ଭୀଷଣ ବାତ୍ୟାର ରୂପ ନେବ ଓ ଆସନ୍ତାକାଲି ଏହା ଅତି ଭୀଷଣରେ ପରିଣତ ହେବ। ୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ- ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍‌’। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୮୫ କି.ମି. ମଧ୍ୟରେ ରହିବାର ସମ୍ଭାବନା ରହିଛି। ଏହା ବାଲେଶ୍ୱର ଜିଲ୍ଲା ଦେଇ ଅତିକ୍ରମ କରିବା ସମ୍ଭାବନା ଅଧିକ ରହିଛି।

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ବାତ୍ୟା ପ୍ରଭାବରେ ସମୁଦ୍ରରେ ୨ରୁ୪ ମିଟର ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଜୁଆର ଆସିବାର ସମ୍ଭାବନା ରହିଛି। ଆଗକୁ ପୂର୍ଣ୍ଣିମା ଥିବାରୁ ଓ ସମ୍ପୃକ୍ତ ଅଞ୍ଚଳ ସମତଳ ଥିବାରୁ ଜୁଆର ଆସିପାରେ ବୋଲି IMD ଡିଜି କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଆଜି ଅପରାହ୍ଣରୁ ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୪୦/୫୦ କି.ମି. ବେଗରେ ପବନ ବହିପାରେ। ୨୫ ତାରିଖ ମଧ୍ୟରାତ୍ର ପରେ ପବନର ବେଗ ବଢ଼ିପାରେ ଓ ଘଣ୍ଟାପ୍ରତି ୮୦ କି.ମି. ଛୁଇଁପାରେ। ୨୬ ତାରିଖ ସକାଳୁ ପବନର ବେଗ ବଢ଼ି ଘଣ୍ଟାପ୍ରତି ୧୨୦ରୁ ୧୩୦ କି.ମି. ରହିପାରେ। ଉପକୂଳ ଛୁଇଁଲା ବେଳକୁ ପବନ ବେଗ ସର୍ବାଧିକ ଘଣ୍ଟାପ୍ରତି ୧୫୫ରୁ ୧୮୫ କି.ମି. ରହିପାରେ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବେଶୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଏହି ୪ ଜିଲ୍ଲାରେ ଘଣ୍ଟାପ୍ରତି ୧୨୦ରୁ ୧୬୦ କି.ମି. ବେଗରେ ପବନ ବହିପାରେ। ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ୯୦ରୁ ୧୨୦ କି.ମି. ପର୍ଯ୍ୟନ୍ତ ପବନ ବହିପାରେ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୮୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। କାଲି ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ।

ବାତ୍ୟା ‘ୟାସ୍‌କୁ ଦୃଷ୍ଟିରେ ରଖି ବାଲେଶ୍ୱରବାସୀଙ୍କୁ ଅତି କମ୍‌ରେ ଚାରି ଦିନ ଯାଏ ପିଇବା ପାଣି ଗଚ୍ଛିତ ରଖିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। କେହି ମଧ୍ୟ କଚ୍ଚା ଘରେ ନ ରହିବାକୁ ବି କୁହାଯାଇଛି।

Advertisment
Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ