Advertisment

ବାହାରୁ ବନ୍ଦ, ଭିତରେ ଚାଲିଥିଲା ମଦ ବେପାର

ଭୁବନେଶ୍ୱର: ରାଜଧାନୀର କଟକ ରୋଡ୍‌ରେ ଥିବା ‘ରେନ୍ ଦ କ୍ଲବ’ ଉପରେ ରେଡ୍ ହୋଇଛି। କ୍ୱିକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀ ସାଗର ଥାନା ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବେଆଇନ ଭାବେ ବିକ୍ରି କରାଯାଉଥିବା ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ। ଏହା ସହ ବାର୍‌ର ଜଣେ ସିକ୍ୟୁରିଟି ଗାର୍ଡ ଓ ୨ ଅନ୍ୟ ଷ୍ଟାଫ୍‌ଙ୍କୁ ମଧ୍ୟ ଅଟକ ରଖାଯାଇଛି। ଲକ୍‌ଡାଉନ ସମୟରେ ବାର୍ ପକ୍ଷରୁ ଚଢ଼ା ଦରରେ ବେଆଇନ ମଦ […]

ବାହାରୁ ବନ୍ଦ, ଭିତରେ ଚାଲିଥିଲା ମଦ ବେପାର

mada3333

Advertisment

ଭୁବନେଶ୍ୱର: ରାଜଧାନୀର କଟକ ରୋଡ୍‌ରେ ଥିବା ‘ରେନ୍ ଦ କ୍ଲବ’ ଉପରେ ରେଡ୍ ହୋଇଛି। କ୍ୱିକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀ ସାଗର ଥାନା ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।

Advertisment

ଚଢ଼ାଉ ବେଳେ ବେଆଇନ ଭାବେ ବିକ୍ରି କରାଯାଉଥିବା ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ। ଏହା ସହ ବାର୍‌ର ଜଣେ ସିକ୍ୟୁରିଟି ଗାର୍ଡ ଓ ୨ ଅନ୍ୟ ଷ୍ଟାଫ୍‌ଙ୍କୁ ମଧ୍ୟ ଅଟକ ରଖାଯାଇଛି। ଲକ୍‌ଡାଉନ ସମୟରେ ବାର୍ ପକ୍ଷରୁ ଚଢ଼ା ଦରରେ ବେଆଇନ ମଦ ବିକ୍ରି ହେଉଥିଲା।

ପୂର୍ବରୁ ଏହି ବାର୍ ସିଲ୍ ହୋଇଥିଲା। ବାହାରୁ ସିଲ୍ ହୋଇଥିଲେ ବି ଭିତରେ ବେଆଇନ ମଦ କାରବାର ହେଉଥିବା ଅଭିଯୋଗ ପରେ ପୋଲିସ ପ୍ରଶାସନ ଆଜି ଏକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ଏନେଇ ବାର୍‌ ମାଲିକ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଏବିଷୟରେ କିଛି ଜାଣିନି। ମୁଁ ଭୁବନେଶ୍ୱର ବାହାରେ ଅଛି।  କିନ୍ତୁ ଜଣେ ସିକ୍ୟୁରିଟି ଓ ଜଣେ ସୁଇପର ସବୁବେଳେ ଥାନ୍ତି ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ। ମୁଁ ଯାହା ଭିଡିଓରେ ଦେଖୁଛି। ଗଲାପରେ ଯାହା ଜଣାପଡ଼ିବ। ବୋଲି ମାଲିକ କହିଛନ୍ତି। ତେବେ  ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ କମିଶନର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ