Illegal Country Liquor Factory Busted Photograph: (OTV)
ଭୁବନେଶ୍ବର ସାଲିଆ ସାହିରେ ଦେଶୀ ମଦର ବଡ଼ ହବ୍। ପୁଣି ବେଆଇନ୍ ଦେଶୀ ମଦ ଭାଟି ଉପରେ ଚଢାଉ କରି ବିପୁଳ ପରିମାଣର ପୋଚ ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ ଟିମ୍। ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ବି ଜବତ ହୋଇଛି। ଏକ ରୁମରେ ପୋଚ ଥିବା ବେଳେ ଆଉ ଏକ ରୁମରେ ଚୁଲା ରହିଛି।
ସାଲିଆ ସାହିର ନୟାଗଡ଼ ବସ୍ତିରେ ଚାଲିଛି ଅବକାରୀ ବିଭାଗର ରେଡ୍। ଅବକାରୀ ବିଭାଗର ୪ ଟିମ ସାଲିଆ ସାହିର ବିଭିନ୍ନ ଜାଗାରେ ଜାରି ରହିଛି ରେଡ।
ଡ୍ରମ୍ ଡ୍ରମ୍ ପୋଚ ଜବତ ହୋଇଛି । ଡ୍ରମରେ ଅତି ଖରାପ ମାନର କମଳା, ଡାଳିମ୍ବ ଭଳି ଫଳ ପଡିକି ପୋଚ ତିଆରି କରାଯାଉଥିଲା । ଏମିତିକି ମଦର ମାନ ମାପିବା ପାଇଁ ଆଲକହଲ ମିଟର ମଧ୍ୟ ସେଠାରୁ ଜବତ କରିଛି ଅବକାରୀ ଟିମ୍ । ଏପଟେ ପ୍ରତି ମାସରେ ଚଢାଉ ହେଉଥିବା ସୂଚନା ଦେଇଛି ଅବକାରୀ ଟିମ୍ । ଏହା ସତ୍ତ୍ବେ କେମିତି ଚାଲିଛି ଏଭଳି ବେଆଇନ ମଦ ଭାଟି, ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।
୬ଟି ସ୍ଥାନରୁ ମିଳିଲା ପ୍ରାୟ ୬ ହଜାର ଲିଟର ପୋଚ। ୩୦୦୦ ଲିଟର ରାଇସ ପୋଚ, ୧୨୦୦ ଲିଟର ରୁ ଅଧିକ ଫ୍ରୁଟ ପୋଚ ଜବତ। ବାରମ୍ବାର ସାଲିଆ ସାହିରେ ଦେଶୀ ମଦ ଭାଟି ଖୋଜି ନଷ୍ଟ କରୁଛି ବିଭାଗ। ବର୍ତ୍ତମାନ୍ ଅବକାରୀ ବିଭାଗର ସ୍ପେଶିଆଲ ଡ୍ରାଇଭ୍ କରୁଛି ।
ବେଆଇନ୍ ଦେଶୀ ମଦ କାରଖାନା ଠାବ
ଭୁବନେଶ୍ବର ସାଲିଆସାହିରେ ବେଆଇନ୍ ଦେଶୀ ମଦ କାରଖାନା ଠାବ
ବିପୁଳ ପରିମାଣର ବେଆଇନ ମଦ ଜବତ
ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ବି ଜବତ
ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ଚଢାଉ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/11/illegal-country-liquor-factory-busted-2026-01-11-09-09-20.jpg)