Kalahandi Photograph: (OTV)
ଆଶ୍ରମରୁ ଅନୈତିକ ଭାବେ ଶିଶୁ ହସ୍ତାନ୍ତର ଅଭିଯୋଗ। ଏଭଳି ଏକ ସଙ୍ଗୀନ ସାମ୍ନାକୁ ଆଣିଛି ଖୋଦ ଶିଶୁ ସୁରକ୍ଷା ୟୁନିଟ। ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କଳାହାଣ୍ଡି ଯଶୋଦା ଆଶ୍ରମରୁ ଏକ ଶିଶୁକୁ ଅନୈତିକ ଭାବେ ହସ୍ତାନ୍ତର କରାଯାଇଥିବା ସଙ୍ଗୀନ ଅଭିଯୋଗ ଆସିଛି ପୋଲିସ ପାଖରେ।
ଧର୍ମଗଡ ଗମ୍ଭାରୀଗୁଡ଼ା ଠାରେ ଥିବା ଯଶୋଦା ଅନାଥ ଆଶ୍ରମକୁ ଗତ ଜୁନ ୨୬ ୨୦୧୯ ମସିହାରେ ଏକ ଅନାଥ ଶିଶୁ ଆସିଥିଲା। ଯାହାର ଦାୟିତ୍ୱ ନେଇଥିଲା ଆଶ୍ରମ ପରିଚାଳନା କମିଟି। ହେଲେ ଦୀର୍ଘ ୭ ବର୍ଷ ପରେ ସେହି ଶିଶୁଟିକୁ ଅନୈତିକ ଭାବରେ ଭବାନୀପାଟଣା ସ୍ଥିତ ଇରିରିଗସନ୍ କଲୋନୀରେ ହସ୍ତାନ୍ତର ହେଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ଯାହାକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଦ୍ଵାରା ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। CWC ଏବଂ ଟାଉନ ଥାନା ପୋଲିସ ଶିଶୁଟିକୁ ଉଦ୍ଧାର କରି ଏକ NGOକୁ ହସ୍ତାନ୍ତର କରିଥିବା ବେଳେ ଘଟଣାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଟାଉନ ଥାନା ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/28/kalahandi-2026-02-28-09-06-28.jpg)