Advertisment

‘ବାହାରକୁ ଆସିଲା ପରେ ସବୁ କଥା କହିବି’

ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଭୁବନେଶ୍ୱର କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା। ଏହାପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଜେଲ୍ ଯିବା ବେଳେ ଅଭୟକାନ୍ତ ପ୍ରତିକ୍ରିୟା ରଖି କହିଛନ୍ତି, ସବୁ ପ୍ରମାଣ ଦେବି, ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ସେହିପରି ପୁଅ ଆକାଶ ଟାଟାରେ ଚାକିରି କରୁଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପୁଅ ଏବେ ବି ଚାକିରି କରୁଛି। ଅନ୍ୟପକ୍ଷରେ […]

author-image
Rajalaxmi Sahoo

ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଭୁବନେଶ୍ୱର କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା। ଏହାପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି।

Advertisment

ଜେଲ୍ ଯିବା ବେଳେ ଅଭୟକାନ୍ତ ପ୍ରତିକ୍ରିୟା ରଖି କହିଛନ୍ତି, ସବୁ ପ୍ରମାଣ ଦେବି, ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ସେହିପରି ପୁଅ ଆକାଶ ଟାଟାରେ ଚାକିରି କରୁଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପୁଅ ଏବେ ବି ଚାକିରି କରୁଛି।

ଅନ୍ୟପକ୍ଷରେ ଗଣମାଧ୍ୟମ ସମ୍ମୁଖରେ ଆକାଶ କହିଛନ୍ତି, ମୁଁ ଟାଟାରେ ଚାକିରି କରୁଥିଲେ। ହେଲେ ଏବେ ଟାଟା ମୋତେ ସପୋର୍ଟ କରୁନାହିଁ। ବାହାରକୁ ଆସିଲା ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଜଣାଇବି।ଏଥିସହ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ଆକାଶ ଅଭିଯୋଗ କରିଛନ୍ତି।

Advertisment

ବାପା-ପୁଅଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇ ଭିଜିଲାନ୍ସ ଅଧିକାରୀ ପଚରାଉଚରା କରିଥିବା ବେଳେ କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି ସମ୍ପର୍କରେ ସୂଚନା ମିଳିପାରିଛି। ସୂଚନାଥାଉ କି, କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କୁ ଗିରଫ କରିଥିଲା।

Advertisment
Advertisment