Advertisment

ରଜରେ ନିୟମ ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଅମାନିଆଙ୍କୁ ସତର୍କ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକଣା ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କଲେ।

author-image
Sarbeswar
ଅଦ୍ୟତନ ହୋଇଛି
ରଜରେ ନିୟମ ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

cp

ଭୁବନେଶ୍ୱର: ଅମାନିଆଙ୍କୁ ସତର୍କ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକଣା ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କଲେ। ଏହାସହ ଅତ୍ୟନ୍ତ ଆବଶ୍ୟକ ନହେଲେ ବାହାରକୁ ନଆସିବାକୁ କହିଲେ ସିପି। ଟିକା ପାଇଁ ମନଇଚ୍ଛା ଯାଆନ୍ତୁନି, ସ୍ଲଟ ବୁକିଂ ଟାଇମ ଅନୁସାରେ ଯାଆନ୍ତୁ ବୋଲି ପରାମର୍ଶ ଦେଲେ ପୋଲିସ କମିଶନର। ଏହାସହ ରଜ ପାଇଁ ଆମିଷ ଦୋକାନରେ ଭିଡ଼ ନକରିବା ସହ ସାମାଜିକ ଦୂରତ୍ୱ ରଖିବା ପାଇଁ ସେ କହିଛନ୍ତି। ଏହାସହ ଦୋକାନୀମାନେ କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିପି କହିଛନ୍ତି।ସାବିତ୍ରୀ ବ୍ରତ ପାଇଁ ଲୋକମାନେ କୋଭିଡ ନିୟମ ଉଲଂଘନ କରିଥିବା ଦେଖାଯିବା ପରେ ପୋଲିସ କମିଶନରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସାବିତ୍ରୀ ଅମାବାସ୍ୟା ପୂର୍ବଦିନ ବିଭିନ୍ନ ଛକ ବଜାରରେ ଭିଡ଼ ଜମିଥିଲା । ଯାହାଫଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢ଼ିଥିଲା । ଏହାସହ ବେପାରୀମାନେ ମଧ୍ୟ କୋଭିଡ ନିୟମକୁ ମାନି ନଥିଲେ । ମାସ୍କ ହେଉ କି ସାମାଜିକ ଦୂରତା, ସବୁକୁ ଫୁ କରିଦେଇଥିଲେ । ଫଳ କିଣିବା ପାଇଁ ଆଇନ ଓ କଟକଣାକୁ ଦଳିଚକଟି ନିଜ ଜୀବନକୁ ବିପଦରେ ପକାଇବାକୁ ଟିକିଏ ବି ପଛାଇଲେନି ଲୋକେ । ଏପଟେ ଫଳ ମାର୍କେଟ୍‌ରେ ଦର ଆକାଶ ଛୁଆଁ ହୋଇଥିବା ସତ୍ତ୍ୱେ ଗ୍ରାହକଙ୍କ ଭିଡ଼ ଯୋଗୁ ବ୍ୟବସାୟୀ ବେଶ୍ ଦି ପଇସା ରୋଜଗାର କରିଥିଲେ ।

Advertisment

ତେବେ ରାଜ୍ୟରେ ସଂକ୍ରମଣ କମୁଛି ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନାହିଁ ବ୍ରେକ୍‌। ଗତକାଲି ରାଜ୍ୟରେ ୬ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୬ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୩,୪୪୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟସ୍‌ ୨,୬୫୧ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧,୦୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରୁ ୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବରଗଡ଼, କଟକ, ଝାରସୁଗୁଡ଼ାରୁ ୪ ଜଣ ଲେଖାଏ, କଳାହାଣ୍ଡି, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଜଣ ଲେଖାଏ, ବଲାଙ୍ଗିର, ବୌଦ୍ଧ, ମୟୂରଭଞ୍ଜରୁ ୨ ଜଣ ଲେଖାଏ, ଦେବଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୧୬୭ରେ ପହଞ୍ଚିଛି।ଗତକାଲି ୪୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା।

Advertisment
Advertisment
Advertisment