Advertisment

ICMAI Hosts Panel Discussion on Union Budget: ରାଜକୋଷୀୟ ନୀତି ଓ ଅର୍ଥନୀତିକ ବିକାଶରେ ଗଭୀର ଆଲୋଚନା

ଇନ୍‌ଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟ୍ ଅଫ ଇଣ୍ଡିଆ (ICNAI) ଭୁବନେଶ୍ୱର ଚାପ୍ଟର ପକ୍ଷରୁ “ କେନ୍ଦ୍ରୀୟ ବଜେଟ୍ : ୨୦୨୬-୨୭” ବିଷୟ ସମ୍ପର୍କୀତ ଏକ ପ୍ୟାନେଲ ଆଲୋଚନା ନୟାପଲ୍ଲୀସ୍ଥିତ ସିଏମ୍ଏ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଂଖ୍ୟକ ସଦସ୍ୟ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

author-image
Pramod Behera
ICMAI Hosts Panel Discussion on Union Budget

ରାଜକୋଷୀୟ ନୀତି ଓ ଅର୍ଥନୀତିକ ବିକାଶରେ ଗଭୀର ଆଲୋଚନା Photograph: (OTV)

ଇନ୍‌ଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟ୍ ଅଫ ଇଣ୍ଡିଆ (ICNAI) ଭୁବନେଶ୍ୱର ଚାପ୍ଟର ପକ୍ଷରୁ “ କେନ୍ଦ୍ରୀୟ ବଜେଟ୍ : ୨୦୨୬-୨୭” ବିଷୟ ସମ୍ପର୍କୀତ ଏକ ପ୍ୟାନେଲ ଆଲୋଚନା ନୟାପଲ୍ଲୀସ୍ଥିତ ସିଏମ୍ଏ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଂଖ୍ୟକ ସଦସ୍ୟ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜେଶ କୁମାର ମିଶ୍ର, ଆଇଆର୍‌ଏସ୍, ଆୟକର କମିଶନର (ଆପିଲ-୨) ଯୋଗଦେଇଥିବା ସହ ସିଏସ୍ଏ ଦାମୋଦର ମିଶ୍ର, ଉପାଧ୍ୟକ୍ଷ, ଆଇସିଏମ୍ଏଆଇ-ଇଆଇଆର୍‌ସି ସମ୍ମାନନୀୟ ଅତିଥ୍‌ ଭାବେ ଯୋଗଦେଇଥିଲେ ।

ପ୍ୟାନେଲ ଆଲୋଚନାରେ ସିଏ ଅରୁଣ କୁମାର ସାବତ, ପ୍ରସିଦ୍ଧ ବିଶେଷଜ୍ଞ ଓ ବଜେଟ୍ ବିଶ୍ଳେଷକ ଏବଂ ସିଏମ୍ଏ ସୁଶୀଳ କୁମାର ପଣ୍ଡା, ପ୍ରାକ୍ଟିସିଂ କଷ୍ଟ ଆକାଉଣ୍ଟାଟ୍ କେନ୍ଦ୍ରୀୟ ବଜେଟ୍‌ : ୨୦୨୬-୨୭ ଉପରେ କର ସୁଧାର, ଅର୍ଥନୀତିକ ବିକାଶ, ରାଜକୋଷୀୟ ନୀତି ଓ ଶିଳ୍ପ ଉପରେ ପ୍ରଭାବ ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ।

Advertisment

ଆଇସିଏମ୍ଏଆଇ ଭୁବନେଶ୍ଵର ଚାପ୍ଟରର ଅଧ୍ୟକ୍ଷ ସିଏସ୍ଏ ଶରତ କୁମାର ବେହେରା ସ୍ଵାଗତ ଭାଷଣରେ କେନ୍ଦ୍ରୀୟ
ବଜେଟ୍‌ର ଗୁରୁତ୍ଵ ଓ ଦେଶ ଗଠନ ଓ ଅର୍ଥନୀତିକ ପରିଚାଳନାରେ ସିଏସ୍ଏ ପେଶାର ଭୂମିକା ଉଲ୍ଲେଖ କରିଥିଲେ। ସିଏସ୍ଏ ବରଦା ପ୍ରସନ୍ନ ନାୟକ, ପିଡି କମିଟି ଅଧ୍ୟକ୍ଷ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।


ମୁଖ୍ୟ ଅତିଥି ତାଙ୍କ ଉଦ୍‌ବୋଧନରେ ଆଇସିଏମ୍ଏଆଇ ପରି ବୃତ୍ତିଗତ ସଂସ୍ଥାଗୁଡିକ ଦ୍ଵାରା ବଜେଟ୍ ସଚେତନତା ପ୍ରସାର ଏବଂ ଓ ସଚେତନ ଆଲୋଚନାକୁ ପ୍ରୋତ୍ସାହନ ଦେବାରେ ଏହାର ବିଶ୍ଳେଷଣାତ୍ମକ ଭୂମିକାକୁ ପ୍ରସଂଶା କରିଥିଲେ। ଏହା ପରବର୍ତ୍ତୀ ଇଣ୍ଟରାକ୍ଟିଭ ପ୍ରଶ୍ନୋତ୍ତର ଅଧୂବେସନ ଆଲୋଚନାକୁ ଆହୁରି ସମୃଦ୍ଧ କରିଥିଲା।

ଚାପ୍ଟରର ସଚିବ ସିଏସ୍ଏ ସୌମ୍ୟରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୩୦ରୁ ଉର୍ଦ୍ଧ୍ଵ ସଦସ୍ୟ, ଛାତ୍ରଛାତ୍ରୀ ଓ ଅଂଶୀଦାରମାନେ ଯୋଗଦେଇଥିଲେ।

Advertisment
Advertisment