Advertisment

ପାୱାର କରିଡର ହଲଚଲ୍ ; ଓଡ଼ିଆ-ଅଣଓଡ଼ିଆ IASଙ୍କ ବିବାଦରେ ଫସିଛନ୍ତି କି ବିଜୟ କେତନ ?

ଭୁବନେଶ୍ୱର : ରାଜ୍ୟରେ IAS ଅଧିକାରୀ ଦୁଇ ଗୋଷ୍ଠୀ । ଓଡ଼ିଆ ଓ ଅଣ ଓଡ଼ିଆ ଅଫିସରଙ୍କ ଭିତରେ ଥିବା ବିବାଦ ପାଇଁ ଫସି ଥାଇପାରନ୍ତି ନିଲମ୍ବିତ IAS ବିଜୟ କେତନ ଉପାଧ୍ୟାୟ।  ବିଜୟଙ୍କ ପତ୍ନୀ ତୁଷିମା ମିଶ୍ର ଗତକାଲି ଏଭଳି ଅଭିଯୋଗ କରିବା ପରେ ଓଡ଼ିଆ ଓ ଅଣ ଓଡ଼ିଆ ଅଫିସର୍ ବିବାଦକୁ ନେଇ ପାୱାର କରିଡର୍‌ରେ ଚର୍ଚ୍ଚା ଜୋର୍ ଧରିଛି । ଆଉ ଏହାକୁ ନେଇ ତେଜିଛି ରାଜନୀତି। ତୁଷିମାଙ୍କ ଏହି ମନ୍ତବ୍ୟକୁ ନେଇ […]

ପାୱାର କରିଡର ହଲଚଲ୍ ; ଓଡ଼ିଆ-ଅଣଓଡ଼ିଆ IASଙ୍କ ବିବାଦରେ ଫସିଛନ୍ତି କି ବିଜୟ କେତନ ?

ias

Advertisment

ଭୁବନେଶ୍ୱର : ରାଜ୍ୟରେ IAS ଅଧିକାରୀ ଦୁଇ ଗୋଷ୍ଠୀ । ଓଡ଼ିଆ ଓ ଅଣ ଓଡ଼ିଆ ଅଫିସରଙ୍କ ଭିତରେ ଥିବା ବିବାଦ ପାଇଁ ଫସି ଥାଇପାରନ୍ତି ନିଲମ୍ବିତ IAS ବିଜୟ କେତନ ଉପାଧ୍ୟାୟ।  ବିଜୟଙ୍କ ପତ୍ନୀ ତୁଷିମା ମିଶ୍ର ଗତକାଲି ଏଭଳି ଅଭିଯୋଗ କରିବା ପରେ ଓଡ଼ିଆ ଓ ଅଣ ଓଡ଼ିଆ ଅଫିସର୍ ବିବାଦକୁ ନେଇ ପାୱାର କରିଡର୍‌ରେ ଚର୍ଚ୍ଚା ଜୋର୍ ଧରିଛି । ଆଉ ଏହାକୁ ନେଇ ତେଜିଛି ରାଜନୀତି।

Advertisment

ତୁଷିମାଙ୍କ ଏହି ମନ୍ତବ୍ୟକୁ ନେଇ ପାୱାର କରିଡର୍‌ରେ ହଲଚଲ୍ । ପ୍ରକୃତରେ କଣ ଓଡ଼ିଆ ଓ ଅଣଓଡ଼ିଆ IASଙ୍କ ବିବାଦରେ ଫସିଛନ୍ତି କି ବିଜୟ କେତନ ? ବିଜୟଙ୍କ ଗିରଫଦାରୀ ମାମଲାରେ ଭିଜିଲାନ୍ସ ଉପରେ କିଛି ଚାପ ଥିଲା କି ? ତାଙ୍କ ବିରୋଧରେ କିଛି ଷଡ଼ଯନ୍ତ୍ର ହୋଇଛି କି ? ଯଦି ହଁ ଏହା ପଛରେ କିଏ ?

publive-imageପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ବିଜୟଙ୍କୁ ଯେପରି ଶୀଘ୍ର ବେଲ୍ ନମିଳେ ସେଥିପାଇଁ ବି ଚକ୍ରାନ୍ତ ଚାଲିଛି । ଏ ପୁରା ଏପିସୋଡ୍‌କୁ ନେଇ ଘନଉଛି ବିବାଦ।

Advertisment

ବିଜୟକେତନଙ୍କ ପତ୍ନୀ ଭିଜିଲାନ୍ସ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ଭିଜିଲାନସ୍ ପାଖରେ ସର୍ଚ ୱାରେଣ୍ଟ ନଥାଇ ବିଜୟଙ୍କୁ ଗିରଫ କରାଯାଇଥିଲା, ଟପ୍‌ରୁ ନିର୍ଦ୍ଦେଶ ଥିବାରୁ ତାଙ୍କୁ ଗିରଫ୍ କରାଯାଇଛି ବୋଲି ଭିଜିଲାନ୍ସ ସ୍କ୍ୱାର୍ଡ ସଦସ୍ୟମାନେ କହିଥିଲେ।  ବଡ଼ ପ୍ରଶ୍ନ ଏଥିପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ ? କେଉଁ ପାୱାରଫୁଲ୍ ଅଫିସରଙ୍କ ଇଙ୍ଗିତରେ ଏହା କରାଯାଇଛି ? କାହା ସହ ବିଜୟଙ୍କ ବିବାଦ ଥିଲା କି, ତାକୁ ନେଇ ବି ଉଠିଛି ପ୍ରଶ୍ନ । ଯେଉଁ ୟେସ୍ ବ୍ୟାଙ୍କକୁ ସରକାରୀ ଅର୍ଥ ସ୍ଥାନାନ୍ତର ହୋଇଛି ବୋଲି କହି ଉପାଧ୍ୟାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା, ସେହି ୟେସ୍ ବ୍ୟାଙ୍କକୁ ଅନ୍ୟ ଏକ ବ୍ୟାଙ୍କରୁ ୬ଶହ କୋଟି ଟଙ୍କାର ଶ୍ରୀମନ୍ଦିର ପାଣ୍ଠି ସ୍ଥାନାନ୍ତର କରାଯାଇଥିଲା । ହେଲେ ସେ କ୍ଷେତ୍ରରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ତେଣୁ ଏହି ବିବାଦରେ ବିଜୟକେତନ ସଫ୍ଟ ଟାର୍ଗେଟ୍ ହୋଇଥିବା କୁହାଯାଉଛି।

ପ୍ରଥମେ ଆଇପିଏସ୍ ଅଫିସର୍ ବିଜୟ ଶର୍ମା, ପରେ ଆଇଏସ୍ ବିଜୟ କେତନ ଉପାଧ୍ୟାୟ, ଆଉ ଏବେ ବିଜେଡି ନେତା ଅନାମ ନାୟକଙ୍କୁ ପଡ଼ିଛି 5T ଛାଟ । ତେବେ ସରକାରଙ୍କ ଇମେଜ୍ ବଢାଇବା ପାଇଁ ଏଭଳି ଟାର୍ଗେଟ୍ କରାଯାଉଛି ନା ଏହା ପଛରେ ପ୍ରକୃତରେ ଦୁର୍ନୀତି ଛାଟ ହିଁ ରହିଛି ? ତାହା ଏବେ ଚର୍ଚ୍ଚାରେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ