Advertisment

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ହେମନ୍ତ ଶର୍ମା

ଭୁବନେଶ୍ୱର: ଲୋକାୟୁକ୍ତଙ୍କ ପାଖରେ ହାଜର ହେଲେ ଆଇଏଏସ୍ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ। କୋଭିଡ୍ ମୁକାବିଲା ନେଇ ମାସ୍କ ଓ ପିପିଇ କିଣା ଦୁର୍ନୀତି ଅଭିଯୋଗରେ ପକ୍ଷ ରଖିବାକୁ ଉଭୟ ହାଜର ହୋଇଛନ୍ତି। ତତ୍କାଳୀନ କ୍ରୟ କମିଟିର ମୁଖ୍ୟ ଅଛନ୍ତି ବରିଷ୍ଠ IAS ହେମନ୍ତ ଶର୍ମା। ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି। ଲୋକାୟୁଙ୍କ ଠାରେ ହାଜର ହୋଇ ଫେରିବା ପରେ ଆଇଏଏସ୍ ହେମନ୍ତ […]

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ହେମନ୍ତ ଶର୍ମା

hemant-sharma

Advertisment

ଭୁବନେଶ୍ୱର: ଲୋକାୟୁକ୍ତଙ୍କ ପାଖରେ ହାଜର ହେଲେ ଆଇଏଏସ୍ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ। କୋଭିଡ୍ ମୁକାବିଲା ନେଇ ମାସ୍କ ଓ ପିପିଇ କିଣା ଦୁର୍ନୀତି ଅଭିଯୋଗରେ ପକ୍ଷ ରଖିବାକୁ ଉଭୟ ହାଜର ହୋଇଛନ୍ତି। ତତ୍କାଳୀନ କ୍ରୟ କମିଟିର ମୁଖ୍ୟ ଅଛନ୍ତି ବରିଷ୍ଠ IAS ହେମନ୍ତ ଶର୍ମା। ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି।

Advertisment

ଲୋକାୟୁଙ୍କ ଠାରେ ହାଜର ହୋଇ ଫେରିବା ପରେ ଆଇଏଏସ୍ ହେମନ୍ତ ଶର୍ମା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାହା କହିବା କଥା ଲୋକାୟୁକ୍ତଙ୍କୁ କହିଛି। ସେସବୁ ବାହାରେ କହିଲେ ଲୋକାୟୁକ୍ତଙ୍କୁ ଅବମାନନା ହେବ ବୋଲି ହେମନ୍ତ କହିଛନ୍ତି। ତେବେ ହାଜର ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ।

ରାଜ୍ୟ କଂଗ୍ରେସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାସ୍କ ଓ ପିପିଇ କିଟ୍ କିଣା ନେଇ ଅଭିଯୋଗ ହୋଇଥିଲା। ପ୍ରସଙ୍ଗରେ ଅନେକ ଆଇଏଏସଙ୍କ ସମ୍ପୃକ୍ତି ଅଭିଯୋଗ କରି ସମସ୍ତ ତଥ୍ୟ ରାଜ୍ୟବାସୀଙ୍କ ସାମ୍ନାକୁ ଆସୁ ବୋଲି କହିଛି ଓଡ଼ିଶା ବିକାଶ ପରିଷଦ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ