Advertisment

'ମୁଁ ବର୍ଷାଙ୍କୁ ବହୁତ ସମ୍ମାନ କରେ'

କଟକ (ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଏବେ ଘନେଇବାରେ ଲାଗିଛି। ଏହାକୁ ନେଇ ଆଜି ପ୍ରଥମେ ବର୍ଷା ସୋସିଆଲ୍ ମିଡିଆରେ ମୁହଁ ଖୋଲିଛନ୍ତି। ସେହିପରି ଦୁଇ ଦିନର ନୀରବତା ପରେ ଅନୁଭବ ମଧ୍ୟ ମୁହଁ ଖୋଲିଛନ୍ତି। ବର୍ଷାଙ୍କ ସହ ଥିବା ବିବାଦକୁ ନେଇ ଅନୁଭବ କହିଛନ୍ତି, ସର୍ବପ୍ରଥମେ ଏହା ମୋର ବ୍ୟକ୍ତିଗତ ମାମଲା। ତେଣୁ ମୁଁ ଏ ବିଷୟରେ କାହା ସହ ଆଲୋଚନା କରିବାକୁ ଚାହୁଁନି। ଅନୁଭବ […]

'ମୁଁ ବର୍ଷାଙ୍କୁ ବହୁତ ସମ୍ମାନ କରେ'

anubhab

Advertisment

କଟକ (ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଏବେ ଘନେଇବାରେ ଲାଗିଛି। ଏହାକୁ ନେଇ ଆଜି ପ୍ରଥମେ ବର୍ଷା ସୋସିଆଲ୍ ମିଡିଆରେ ମୁହଁ ଖୋଲିଛନ୍ତି। ସେହିପରି ଦୁଇ ଦିନର ନୀରବତା ପରେ ଅନୁଭବ ମଧ୍ୟ ମୁହଁ ଖୋଲିଛନ୍ତି। ବର୍ଷାଙ୍କ ସହ ଥିବା ବିବାଦକୁ ନେଇ ଅନୁଭବ କହିଛନ୍ତି, ସର୍ବପ୍ରଥମେ ଏହା ମୋର ବ୍ୟକ୍ତିଗତ ମାମଲା। ତେଣୁ ମୁଁ ଏ ବିଷୟରେ କାହା ସହ ଆଲୋଚନା କରିବାକୁ ଚାହୁଁନି।

Advertisment

ଅନୁଭବ ଆହୁରି କହିଛନ୍ତି, “ଜଣେ ମହିଳା ହିସାବରେ ମୁଁ ବର୍ଷାଙ୍କୁ ବହୁତ ସମ୍ମାନ କରେ। ଆଉ ଆମ ସଂପର୍କକୁ ସମ୍ମାନ କରେ। ଯାହା ବି ହୋଇଛି ଆମ ଭିତରେ ହୋଇଛି। ଆମ ଘରର କଥା ଘର ଭିତରେ ସହମତି ହୋଇପାରିଲାନି ବୋଲି କୋର୍ଟକୁ ଯାଇଛୁ। କୋର୍ଟ ଉପରେ ଭରସା ଅଛି। କୋର୍ଟ ଯାହା ନିଷ୍ପତ୍ତି ନେବେ ସମ୍ମାନ ଦେବୁ।

ସେ କହିଛନ୍ତି, “ଏବେ ବି ବର୍ଷା ଆମ ଘରେ ଅଛନ୍ତି। ମୁଁ ଏବେ ମୋ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଭାରି ବ୍ୟସ୍ତ। ତାଙ୍କର ଡାଇଲିସିସ୍‌ ଚାଲିଛି। ଘରେ ଥାଇ ଯିଏ ଘରୋଇ ହିଂସା କଥା କହିବେ, କୋର୍ଟ ନିଷ୍ପତ୍ତି ନେବେ। ସମସ୍ତେ ଜାଣନ୍ତି ସତ କଣ ମିଛ କଣ। ତେବେ ଏହା ରାଜନୈତିକ ନୁହେଁ, ବ୍ୟକ୍ତିଗତ ପ୍ରସଙ୍ଗ।”

Advertisment

ସୂଚନାରୁ ପ୍ରକାଶ, ସାଂସଦ ସ୍ୱାମୀ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସାଂଘାତିକ ଅଭିଯୋଗ ଆଣି କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଆଶ୍ରୟ ନେଇଥିଲେ। ସେହିପରି ଅନୁଭବ ମଧ୍ୟ ପତ୍ନୀଙ୍କଠାରୁ ଛାଡ଼ପତ୍ର ପାଇଁ ଦିଲ୍ଲୀ ପଟିଆଲା କୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ