Advertisment

ଝଗଡ଼ା ପରେ ସ୍ତ୍ରୀର ମୁଣ୍ଡକୁ ହାଣି ଦେଲା ସ୍ୱାମୀ

ରେଢ଼ାଖୋଲ: ଟାଙ୍ଗିଆରେ ସ୍ତ୍ରୀର ମୁଣ୍ଡକୁ ହାଣି ହତ୍ୟା କଲା ସ୍ୱାମୀ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଘୁସୁରୀଆବାହାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ପ୍ରମୋଦ ଭଏସା। ଗତକାଲି ରାତିରେ କୌଣସି କାରଣରୁ ପ୍ରମୋଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରମୋଦ ସ୍ତ୍ରୀଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଏହି ସମୟରେ ପ୍ରମୋଦ ନିଶାସକ୍ତ ଅବସ୍ଥାରେ ଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସହ ପ୍ରମୋଦଙ୍କୁ ଅଟକ ରଖି […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଝଗଡ଼ା ପରେ ସ୍ତ୍ରୀର ମୁଣ୍ଡକୁ ହାଣି ଦେଲା ସ୍ୱାମୀ

husband kills wife

ରେଢ଼ାଖୋଲ: ଟାଙ୍ଗିଆରେ ସ୍ତ୍ରୀର ମୁଣ୍ଡକୁ ହାଣି ହତ୍ୟା କଲା ସ୍ୱାମୀ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଘୁସୁରୀଆବାହାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ପ୍ରମୋଦ ଭଏସା।

Advertisment

ଗତକାଲି ରାତିରେ କୌଣସି କାରଣରୁ ପ୍ରମୋଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରମୋଦ ସ୍ତ୍ରୀଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଏହି ସମୟରେ ପ୍ରମୋଦ ନିଶାସକ୍ତ ଅବସ୍ଥାରେ ଥିଲେ।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସହ ପ୍ରମୋଦଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Advertisment
Advertisment