Advertisment

ସ୍ତ୍ରୀଙ୍କୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ

ଭୁବନେଶ୍ୱର : ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ।  ନୟାପଲ୍ଲୀ ଥାନାରେ ଅଣ୍ଡରଟେକିଂ ଲେଖି ସେ ଥାନାରୁ ମୁକୁଳିଛନ୍ତି। ଆଉ ଝିଅଘର ପାଖକୁ  ଆସିବେ ନାହିଁ ବୋଲି କହିବା ସହ, ଏଣିକି ସ୍ତ୍ରୀକୁ ପାଇବା ପାଇଁ କୋର୍ଟରେ ଦେଖା ହେବ ବୋଲି ସ୍ୱାମୀ ରାକେଶ ବାରିକ କହିଛନ୍ତି।  କୋର୍ଟ ମ୍ୟାରେଜ ସତ୍ତ୍ୱେ ସ୍ତ୍ରୀକୁ ତାର ବାପ ଘର ଲୋକ ଅନ୍ୟତ୍ର ବିବାହ କରାଉଥିବା ଜାଣି ମେହେନ୍ଦି ଦିନ ନୟାପଲ୍ଲୀ ସ୍ଥିତ ସ୍ତ୍ରୀ ଘରକୁ ଆସି […]

ସ୍ତ୍ରୀଙ୍କୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ

husband2

Advertisment

ଭୁବନେଶ୍ୱର : ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ।  ନୟାପଲ୍ଲୀ ଥାନାରେ ଅଣ୍ଡରଟେକିଂ ଲେଖି ସେ ଥାନାରୁ ମୁକୁଳିଛନ୍ତି। ଆଉ ଝିଅଘର ପାଖକୁ  ଆସିବେ ନାହିଁ ବୋଲି କହିବା ସହ, ଏଣିକି ସ୍ତ୍ରୀକୁ ପାଇବା ପାଇଁ କୋର୍ଟରେ ଦେଖା ହେବ ବୋଲି ସ୍ୱାମୀ ରାକେଶ ବାରିକ କହିଛନ୍ତି।  କୋର୍ଟ ମ୍ୟାରେଜ ସତ୍ତ୍ୱେ ସ୍ତ୍ରୀକୁ ତାର ବାପ ଘର ଲୋକ ଅନ୍ୟତ୍ର ବିବାହ କରାଉଥିବା ଜାଣି ମେହେନ୍ଦି ଦିନ ନୟାପଲ୍ଲୀ ସ୍ଥିତ ସ୍ତ୍ରୀ ଘରକୁ ଆସି ଥିଲେ ସ୍ୱାମୀ ରାକେଶ ବାରିକ। ପରିସ୍ଥିତି ଏମିତି ହେଲା ଯେ ସ୍ତ୍ରୀର ବିବାହ ଭାଙ୍ଗି ଯାଇଥିଲା।

Advertisment

publive-image ଆଜି ପୁଣି ଥରେ ରାକେଶ ବାରିକ, ସ୍ତ୍ରୀକୁ ଦେଖା କରିବାକୁ ଆସି ତାଙ୍କ ଘର ପାଖକୁ ଯାଇଥିଲେ। ତେବେ ଝିଅର ପରିବାର ଲୋକେ ରାକେଶ ଆକ୍ରମଣ ପାଇଁ ଧମକ ଦେଉଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ନୟାପଲ୍ଲୀ ପୁଲିସ ରାକେଶକୁ ଥାନାକୁ ଧରିଆଣିଥିଲା। ତେବେ ଏହି ଘଟଣାରେ ଝିଅର ପରିବାର ଲୋକଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ