Advertisment

Police Action Sparks Debate: ଗନ୍ ପଏଣ୍ଟରେ ଅପହରଣ! ସ୍ୱାମୀକୁ ବେଲ୍, ସ୍ତ୍ରୀକୁ ଜେଲ୍

ଗନ୍ ପଏଣ୍ଟରେ ଅପହରଣ ଅଭିଯୋଗ। ଯାହା ନାଁରେ ଅଭିଯୋଗ ତାଙ୍କୁ ଛାଡିଦେଲା ପୋଲିସ। ଦୋଷୀ ସ୍ୱାମୀକୁ ଛାଡି ସ୍ତ୍ରୀକୁ ଜେଲ ପଠାଇଲା ପୋଲିସ। ପୋଲିସର ଅଜବ କାରନାମାକୁ ନେଇ ଚର୍ଚ୍ଚା।

Sonepur

Sonepur Photograph: (OTV)

Advertisment

ସ୍ୱାମୀକୁ ବେଲ୍, ସ୍ତ୍ରୀକୁ ଜେଲ। ସ୍ୱାମୀକୁ ଛାଡି ସ୍ତ୍ରୀକୁ ଗିରଫ କରି ଜେଲ ପଠାଇଲା ବଲାଙ୍ଗିର ଜିଲ୍ଲା ପୁଇଁତଳା ପୋଲିସ। ପୋଲିସର ଏଭଳି ଅଜବ କାରନାମା ଦେଖି ସମସ୍ତେ ଅବାକ। ସୂଚନା ଅନୁସାରେ, ସୋନପୁର ଜିଲ୍ଲା ତରଭା ଥାନା ତିଥିପାଳି ଗାଁର ପ୍ରେମୀ ଯୁଗଳ ଫେରାର ମାରିଥିଲେ | 

Advertisment

ଏହି ରାଗରେ ଫେରାର ପ୍ରେମିକଙ୍କ ଭିଣୋଇ ଶ୍ୟାମ ରଣାଙ୍କୁ ଗନ୍ ପଏଣ୍ଟରେ ଅପହରଣ କରାଇଥିଲେ ଝିଅର ବାପା ସୁଧାଂଶୁ ରଣା | ଅପହୃତ ଲଖପାଲି ଗାଁର ଶ୍ୟାମ ରଣାଙ୍କ ସ୍ତ୍ରୀ ଏନେଇ ସୁଧାଂଶୁଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଏନେଇ ପୁଇଁତଲା ପୋଲିସ ସୁଧାଂଶୁ ରଣା, ତାଙ୍କ ସ୍ତ୍ରୀ ସୀତାୟ ରଣା ଓ ଡ୍ରାଇଭରକୁ ଅଟକ ରଖିଥିଲା | 

କିନ୍ତୁ ଗତକାଲି ସନ୍ଧ୍ୟାରେ ସୁଧାଂଶୁକୁ ପୋଲିସ ଛାଡି ଦେଇଥିବା ବେଳେ, ସ୍ତ୍ରୀ ସୀତାୟ ଓ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା | ସରକାରୀ ଚାକିରୀ କରୁଥିବା ସୁଧାଂଶୁକୁ ପୋଲିସ କାହିଁକି ଛାଡି ଦେଲା ? ଏହା ପଛରେ କିଛି ବଡ ଡିଲ୍ ହୋଇଛି କି ? ତାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

Sonepur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ