Advertisment

କରୋନା ସହ ଲଢୁଛନ୍ତି ସ୍ୱାମୀ : ସହଯୋଗ ଆଶାରେ ପତ୍ନୀ

ଭୁବନେଶ୍ୱର : କରୋନାର କରାଳ କାୟା ସମସ୍ତଙ୍କୁ ଯନ୍ତ୍ରଣା ଦେଇ ଚାଲିଛି। ଏହାରି ଭିତରେ ଗଲାଣି ଅନେକ ଜୀବନ। କୋଉଠି ବାପା-ମାଙ୍କୁ ହରେଇ ଛୁଆ ଅନାଥ ହେଲାଣି ତ କୋଉଠି ପୁଅର ମୃତ୍ୟୁକୁ ଝୁରି ଝୁରି ମା ଆଖିରୁ ଲୁହ ଶୁଖୁନି।…

author-image
Pramod Behera
ଅଦ୍ୟତନ ହୋଇଛି
କରୋନା ସହ ଲଢୁଛନ୍ତି ସ୍ୱାମୀ : ସହଯୋଗ ଆଶାରେ ପତ୍ନୀ

Untitled-1

ଭୁବନେଶ୍ୱର : କରୋନାର କରାଳ କାୟା ସମସ୍ତଙ୍କୁ ଯନ୍ତ୍ରଣା ଦେଇ ଚାଲିଛି। ଏହାରି ଭିତରେ ଗଲାଣି ଅନେକ ଜୀବନ। କୋଉଠି ବାପା-ମାଙ୍କୁ ହରେଇ ଛୁଆ ଅନାଥ ହେଲାଣି ତ କୋଉଠି ପୁଅର ମୃତ୍ୟୁକୁ ଝୁରି ଝୁରି ମା ଆଖିରୁ ଲୁହ ଶୁଖୁନି। ପୁଣି କେଉଁଠି ସ୍ୱାମୀ ବିନା ସ୍ତ୍ରୀ ତ ପୁଣି ସ୍ତ୍ରୀ ବିନା ସ୍ୱାମୀ ବିରହରେ ଜୀବନଯାପନ କରୁଛନ୍ତି। ଏହି ସମୟରେ ଅନେକ ମଧ୍ୟ କରୋନା ସଂକ୍ରମିତ ହୋଇ ଜୀବନ ପାଇଁ ଯୁଦ୍ଧ କରୁଛନ୍ତି। ସେ ଅଭିଶେକ ହୁଅନ୍ତୁ କି ଦିବ୍ୟରଞ୍ଜନ, ଏମିତି ଅନେକଙ୍କ ପତ୍ନୀ ସ୍ୱାମୀଙ୍କ ଜୀବନ ରକ୍ଷା ନେଇ ସହଯୋଗକୁ ଆଶ୍ରା କରିଛନ୍ତି।

Advertisment

ସେମିତି ଆଉ ଜଣେ ପତ୍ନୀ ହେଲେ ଭୁବନେଶ୍ୱରର ଡାଏନା ପଟ୍ଟନାୟକ। ତାଙ୍କ ସ୍ୱାମୀ ହେଲେ ହେଲେ ୩୬ ବର୍ଷୀୟ ସପ୍ନେଶ୍ୱର ବେହେରା। ସୂଚନା ଅନୁଯାୟୀ ସପ୍ନେଶ୍ୱରଙ୍କୁ ୨୮ ମେରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲା। ପ୍ରଥମେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା ଓ ପରେ ଅବସ୍ଥା ବିଗିଡି ଯାଇଥିଲା। ଏନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ୧୨ ଜୁନ୍‌ରେ କୋଲକାତାର ମେଡିକା ହସ୍ପିଟାଲରେ ହାଇ ଫ୍ଲୋ ଅମ୍ଳଜାନ ସହାୟତା ଦିଆଯିବା ସହ ECMO ଚିକିତ୍ସା କରିବାକୁ ପଡିଲା। ବର୍ତ୍ତମାନ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି।

ବର୍ତ୍ତମାନର ଚିକିତ୍ସା ଆର୍ଥିକ ଦୃଷ୍ଟିରୁ ତାଙ୍କ ପରିବାର ପ୍ରତି ବହୁତ ଚ୍ୟାଲେଞ୍ଜିଂ ହୋଇପଡିଛି। ଏନେଇ ଅଧିକ ଅର୍ଥର ଆବଶ୍ୟକ ଥିବାରୁ ତାଙ୍କ ପତ୍ନୀ ସହଯୋଗର ଆଶାରେ ଅଛନ୍ତି। ସେ ଅତ୍ୟନ୍ତ କୋହଭରା କଣ୍ଠରେ କହିଛନ୍ତି ଯେ “”ଯଦିଓ ଆମେ ତାଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ, ତେବେ ତାଙ୍କୁ ବଞ୍ଚାଇବା ପାଇଁ ସଂଗ୍ରାମ ଜାରି ରଖିବା ପାଇଁ ଆପଣମାନଙ୍କ ଉଦାର ସାହାଯ୍ୟ ଆବଶ୍ୟକ ରହିଛି।

Advertisment

ଏହା ସହିତ ଆଗକୁ ହେବାକୁ ଥିବା ଚିକିତ୍ସାର ଏକ ସଂକ୍ଷିପ୍ତ ଆକଳନ ମଧ୍ୟ ସେ ଦେଇଛନ୍ତି। ଯେପରିକି ECMO ସେଟଅପ୍ ବାବଦକୁ ୧୦ ଲକ୍ଷ, ହସ୍ପିଟାଲରେ ଭର୍ତ୍ତି ଅବସ୍ଥାରେ ଚିକିତ୍ସା ନେଇ ୫୪ ଲକ୍ଷ, ପୋଷ୍ଟ ହସ୍ପିଟାଲ ଚିକିତ୍ସାରେ ୧୦ ଲକ୍ଷ। ଏଭଳି ମୋଟାମୋଟି ୭୪ ଲକ୍ଷ ଖର୍ଚ୍ଚ ହେବା ନେଇ ସେ ଆକଳନ କରିଛନ୍ତି। ତେବେ ସହଯୋଗ ନେଇ ସେ ଏକ ଫଣ୍ଡ ରେଜିଂ ୱେବ୍‌ସାଇଟ୍‌ରେ ଏନେଇ ଅପ୍‌ଲୋଡ୍ କରିଥିଲେ। ଫଳରେ ତାଙ୍କୁ କିଛି ବ୍ୟକ୍ତି ଆର୍ଥିକ ସହାୟତା କରିଥିଲେ, ହେଲେ ଆହୁରି ମଧ୍ୟ ଅର୍ଥର ଆବଶ୍ୟକତା ରହିଛି।ଏକକାଳୀନ ଏତେ ପରିମାଣର ଅର୍ଥ ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ ନ ଥିବାରୁ ସେ ସହୃଦୟ ବ୍ୟକ୍ତିଙ୍କ ସହଯୋଗ ଚାହୁଁଛନ୍ତି।

Advertisment
Advertisment