ganjei
ଭୁବନେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳରୁ ଏହି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ପରିମାଣ ପ୍ରାୟ ୫ କୁଇଣ୍ଟାଲ ହେବ।
ରାୟଗଡ଼ା ଜିଲ୍ଲା ବିଷମକଟକ ଜେଲ୍ ନିକଟରୁ ଦୁର୍ଘଟଣା ଗସ୍ତ ଏକ ଗାଡ଼ିରୁ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ସେହିପରି ଦ୍ରୁତ ଗତିରେ ଯାଉଥିବା ଏକ ମ୍ୟାକ୍ସ ଗାଡ଼ିକୁ ଅଟକାଇ ସେଥିରୁ ମଧ୍ୟ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଉଭୟ ଗାଡ଼ିରୁ ପୁଲିସ ପ୍ରାୟ ୧୯୦ କେଜି ଓଜନର ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ।ଘଟଣାରେ ୨ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି।
ବୌଦ୍ଧ ଜିଲ୍ଲା ଟିକରପଡ଼ା ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲଣ ବେଳେ ପୁଲିସ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ୨କୁଇଣ୍ଟାଲ ୭୦କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ଲକ୍ଷ ଟଙ୍କା ହେବ। ଗିରଫ ଦୁଇଜଣ ହେଲେ ଯୋଗୀନ୍ଦ୍ର କଁହର ଓ ସିନ୍ଧୁ କହଁର।
କନ୍ଧମାଳ ସଦର ଥାନା ଅଞ୍ଚଳରୁ ମଧ୍ୟ ଗଞ୍ଜେଇ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ଉ କରି ୨୩ କିଲୋ ଗଞ୍ଜେଇ ଜବତ କରିଛି।
ଘଟଣାରେ ଅବକାରୀ ବିଭାଗ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ, ଜଣଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ganjei-1_1626336797.jpg)