Advertisment

କିପରି ହେବ ଏଥରର ରାଜ୍ୟ ବଜେଟ୍ ? ୧ ଲକ୍ଷ ୬ ହଜାର କୋଟି ଟପିପାରେ ଋଣ

ଭୁବନେଶ୍ୱର: ଚଳିତ ଥର କିପରି ହେବ ରାଜ୍ୟ ବଜେଟ୍‌, ସେ ନେଇ ପ୍ରାକ୍-ବଜେଟ୍ ବୈଠକ ହୋଇଛି। ବଜେଟ୍ ବାବଦରେ ଲୋକଙ୍କ ମତାମତ ନେଇସାରିବା ପରେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ, ସଚିବ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର। ୨୦୧୯-୨୦ ଆର୍ଥିକ ବର୍ଷ ଅପେକ୍ଷା ୨୦-୨୧ରେ ବଜେଟ୍‌ର ଆକାର ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତବର୍ଷ ଏହି ପରିମାଣ ୧ଲକ୍ଷ ୩୯ ହଜାର କୋଟି ଥିଲା। ଏଥର ଏହା ଦେଢ଼ ଲକ୍ଷ କୋଟି ଟପିପାରେ ବୋଲି […]

କିପରି ହେବ ଏଥରର ରାଜ୍ୟ ବଜେଟ୍ ? ୧ ଲକ୍ଷ ୬ ହଜାର କୋଟି ଟପିପାରେ ଋଣ

rajya

Advertisment

ଭୁବନେଶ୍ୱର: ଚଳିତ ଥର କିପରି ହେବ ରାଜ୍ୟ ବଜେଟ୍‌, ସେ ନେଇ ପ୍ରାକ୍-ବଜେଟ୍ ବୈଠକ ହୋଇଛି। ବଜେଟ୍ ବାବଦରେ ଲୋକଙ୍କ ମତାମତ ନେଇସାରିବା ପରେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ, ସଚିବ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର।

Advertisment

୨୦୧୯-୨୦ ଆର୍ଥିକ ବର୍ଷ ଅପେକ୍ଷା ୨୦-୨୧ରେ ବଜେଟ୍‌ର ଆକାର ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତବର୍ଷ ଏହି ପରିମାଣ ୧ଲକ୍ଷ ୩୯ ହଜାର କୋଟି ଥିଲା। ଏଥର ଏହା ଦେଢ଼ ଲକ୍ଷ କୋଟି ଟପିପାରେ ବୋଲି ଶୁଣାଯାଉଛି।

publive-image

ଏଥର ବଜେଟ୍‌ରେ ଫୋକସରେ ରହିବ 5T ଓ ମୋ ସରକାର, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ପୁଞ୍ଜିନିବେଶ ଉପରେ ବି ଗୁରୁତ୍ୱ ରହିବ।

Advertisment

ଏହାବ୍ୟତୀତ ପୁରୀ, କୋଣାର୍କ ଓ ଲିଙ୍ଗରାଜ କ୍ଷେତ୍ରର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଏଥିପାଇଁ ଅର୍ଥ ବ୍ୟବସ୍ଥା ହୋଇପାରେ। ସେହିପରି ଭିତରକନିକା ଭଳି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆର୍ଥିକ ପ୍ୟାକେଜ୍‌ର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଆଗକୁ ପୌର ନିର୍ବାଚନ ହେବାକୁ ଥିବାରୁ ସହରାଞ୍ଚଳ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରେ।

Advertisment

publive-image

ତେବେ ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଥିବା ସରକାରଙ୍କ ପାଇଁ ବଜେଟ୍ ପ୍ରସ୍ତୁତ ସେତେଟା ସହଜ ହେବ ନାହିଁ। ଆର୍ଥିକ ମାନ୍ଦାବସ୍ଥା, ଋଣବୋଝ ଓ ରାଜସ୍ୱ ଆଦାୟ ସନ୍ତୋଷଜନକ ନହେବା ଅର୍ଥ ବିଭାଗ ପାଇଁ ଏବେ ମୁଣ୍ଡବ୍ୟଥା ପାଲଟିଛି। ତେଣେ ରାଜ୍ୟର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧ ଲକ୍ଷ ୬ ହଜାର କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ବଢୁଥିବା ଋଣବୋଝ ଭିତରେ ସମତୁଲ ବଜେଟ୍ ଭେଟି ଦେବା ଏକ ପ୍ରକାର ଚ୍ୟାଲେଞ୍ଜ୍ ହେବାକୁ ଯାଉଛି। ଅନ୍ୟପକ୍ଷରେ ଆର୍ଥିକ ମାନ୍ଦାବସ୍ଥା ଓ ଜିଏସ୍‌ଟି ସଂଗ୍ରହ କମିଥିବାରୁ କେନ୍ଦ୍ରଠାରୁ ମିଳୁଥିବା ଅନୁଦାନ ରାଶି ବି କମି ଯାଇପାରେ। ତେଣୁ ଅଧିକ ରାଜସ୍ୱ ଆଦାୟ ଉପରେ ରାଜ୍ୟ ସରକାରଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

publive-image

ଫେବ୍ରୁଆରୀ ପହିଲାରେ କେନ୍ଦ୍ରୀୟ ବଜେଟ୍ ବସିବ। ଏଥିରେ କେଉଁ ସ୍କିମ୍‌ରେ କେତେ ଅନୁଦାନ ମିଳିବ ତାକୁ ଦେଖି ରାଜ୍ୟ ସରକାର ବଜେଟ୍ ଚୂଡ଼ାନ୍ତ କରିବେ। ସେପଟେ ଆର୍ଥିକ ସ୍ଥିତି ଭଲନଥିବାରୁ ବିଭିନ୍ନ ଜନହିତକର ଯୋଜନାକୁ ସରକାର କିଭଳି ଆଗକୁ ବଢ଼ାଇବେ ତା ଉପରେ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ