Advertisment

'ପୁଅ ଦୋଷୀ କି ନାହିଁ ମୁଁ କେମିତି କହିବି'?

ପରୀ ମୃତ୍ୟୁ ମାମଲାରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଖବର ଆସୁଛି। ତେବେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସେହି ଗାଁର ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।

'ପୁଅ ଦୋଷୀ କି ନାହିଁ ମୁଁ କେମିତି କହିବି'?

soroj mother

Advertisment

ନୟାଗଡ: ପରୀ ମୃତ୍ୟୁ ମାମଲାରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଖବର ଆସୁଛି। ତେବେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସେହି ଗାଁର ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ବୋଥ୍ରା କହିଛନ୍ତି ଯେ, ପୂରା ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ। ତେବେ ସରୋଜଙ୍କୁ ଦୋଷୀ ବୋଲି ମାନିପାରୁନାହାନ୍ତି ତାଙ୍କ ମାଆ। କିନ୍ତୁ ଆଜି ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ କେମିତି ଏମିତି ପାପୀ ହୋଇପାରିଲା? ଏତେ ଦିଅଁ ଦେବତା ପୂଜା କରି ତାକୁ ଜନ୍ମ କରିଥିଲି।

Advertisment

ସେ, ଆହୁରି ମଧ୍ୟ କହିଛନ୍ତି ଯେ, ଏସଆଇଟି ତା' କାମ କରୁଛି। ଆଜି ଘରକୁ ଆସି ଗାମୁଛି ନେଇଛନ୍ତି। ପୁଅ କଣ ଭୁଲ କରିଛି କି ନାହିଁ ସେ କଥା ସେ, ଆଉ ଭଗବାନ ଜାଣିଥିବେ। ଆମେ କିଛି ଜାଣିନାହୁଁ। ସେ ପିଲା ଲୋକ, କଣ କହିଦେଇଛି। ପ୍ରକୃତରେ ସେ ଦୋଷ କରିଛି କି ନାହିଁ ସେ ହିଁ ଜାଣିଛି। ଆମେ ଯିବା ବେଳେ ସେ କାନ୍ଦୁଥିଲା ତେଣୁ ପୋଲିସ ମାରିଥିବ ବୋଲି ଆମେ ଭାବିଲୁ।ମାଡ ମାରିବା ବେଳେ ମୁଁ ଦେଖିନାହିଁ ବୋଲି ସଫା ସଫା କହିଛନ୍ତି ସରୋଜର ମାଆ।

ସମସ୍ତଙ୍କୁ ମୁଣ୍ଡିଆ ମାରୁଛି ମୋ ପିଲା ଭଲରେ ଥାଉ। ସେ କଣ ଭୁଲ କରିଛି ସେ ହିଁ ଜାଣିଥିବ। ଭୁଲର କ୍ଷମା ଅଛି, ସେ ଯଦି ଭୁଲ କରିଛି ତେବେ ଭଗବାନ ତା'ର ବିଚାର କରିବେ। ଏସଆଇଟି ଆଗରେ କଣ ଭୁଲ କରିଛି ବୋଲି କହିଛି ସେ ନିଜେ ହିଁ ଜାଣିଥିବ। ଏହାସହ ଆମେ ସମସ୍ତେ ଘରେ ରହୁଛୁ, ୧୦ଟାରେ ମାରିଲା ୪ଟାରେ ଫୋପାଡିଲା ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ଆମେ ତ ଘରେ ଥିଲୁ ଜାଣିପାରିଲୁ ନାହିଁ କେମିତି? ବୋଲି ପ୍ରଶ୍ନ କରିଛନ୍ତି ସରୋଜଙ୍କ ମାଆ।

Advertisment

ନାବାଳିକା ହଜିବା ପରେ ଘରେ ହିଁ ସରୋଜ ଥିଲା। ରାତିରେ ସୋ ମୋବାଇଲେ କଣ ଦେଖଖୁଥିଲା ତାହା ଆମେ କେମିତି କହିବୁ? ଆମ ପାଖରେ ସେ ରହୁଥିଲା ତେଣୁ ଆମେ ତ ଶହେ ଥର କହୁଛୁ ସେ ରାତିସାରା ମୋବାଇଲ ଦେଖିନାହିଁ ବୋଲି କିନ୍ତୁ ତାହାକୁ ନେଇ ଆଉ ଅଧିକ ଆମେ କଣ କହିପାରିବୁ । କିନ୍ତୁ ପ୍ରକୃତରେ ଦୋଷୀ ଯିଏ ସେ ଦଣ୍ଡ ପାଉ ବୋଲି ସରୋଜର ମାଆ କହିଛନ୍ତି।

ସେପଟେ ନୟାଗଡ଼ ଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣାରେ ପ୍ରତି ଘଣ୍ଟାରେ କିଛି ନା କିଛି ଅପଡେଟ୍ ଆସୁଛି। ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଯଦୁପୁରରେ ପହଞ୍ଚିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଗତକାଲି ପୋଖରୀରୁ ନାବାଳିକାର ଲେଗିଙ୍ଗ୍‌ସ ବାହାରିବା ପରେ ଯଦୁପୁରରେ ପହଞ୍ଚିଛନ୍ତି SIT ମୁଖ୍ୟ। ସେଠାରେ ପହଞ୍ଚିବା ପରେ ଓଡ୍ରାଫ୍ ଟିମ୍ ସହ ଆଲୋଚନା ମଧ୍ୟ କରିଛନ୍ତି ବୋଥ୍ରା।

Advertisment

ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରମାଣ ଏକାଠି କରୁଥିବା ଏସଆଇଟି ହାତରେ ଲାଗିଛି ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌। ନୟାଗଡ଼ ଯଦୁପୁରର ଏକ ପୋଖରୀରୁ ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌ ପୋଲିସ ଉଦ୍ଧାର କରିଛି । ଗତକାଲି ଦିନ ତମାମ ପୋଖରୀର ଜଳ ନିଷ୍କାସନ ପରେ ଏହି ଲେଗିଙ୍ଗସ୍ ମିଳିଛି। ହେଲେ ସେଇ ଲେଗିଙ୍ଗସ୍‌ ସଂପୃକ୍ତ ନାବାଳିକାର ତ? ଏହାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ।

ଆହୁରି ପଢନ୍ତୁ :

ମନଗଢା କାହାଣୀ କହୁଛନ୍ତି କି ଅରୁଣ ବୋଥ୍ରା ?

Pari Murder Case Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ