Advertisment

ଓଡ଼ିଶା କେମିତି ହେବ ବିଜେପିର ଅଭେଦ୍ୟ ଗଡ଼?

ଭୁବନେଶ୍ୱର: ଓଡ଼ିଶା କେମିତି ହେବ ବିଜେପିର ଅଭେଦ୍ୟ ଗଡ଼? ଅମିତ ଶାହାଙ୍କ ଅଧୁରା କାମକୁ କେମିତି ପୂରଣ କରିବେ ଜେ.ପି ନଡ୍ଡା ? ସଂଗଠନ ସୁଦୃଢ ସହ ବିଜେଡି ବିରୋଧରେ ଆଭିମୁଖ୍ୟକୁ ଶାଣିତ କରିବ କି ଦଳ ? ଗତକାଲି ଓଡ଼ିଶା ଜନସମ୍ବାଦ ଭର୍ଚୁଆଲ ରାଲିରେ ଶାହାଙ୍କ ଅଭେଦ୍ୟ ଗଡ଼। ଆହ୍ବାନ ପରେ ଏମିତି କିଛି ପ୍ରଶ୍ନ ଠିଆ  ହୋଇଛି। ତେବେ ପଞ୍ଚାୟତ ନିର୍ବାଚନକୁ ଦୁଇ ବର୍ଷ ଓ ସାଧାରଣ ନିର୍ବାଚନକୁ ୪ ବର୍ଷ ଥିବା ବେଳେ […]

ଓଡ଼ିଶା କେମିତି ହେବ ବିଜେପିର ଅଭେଦ୍ୟ ଗଡ଼?

shaha

Advertisment

ଭୁବନେଶ୍ୱର: ଓଡ଼ିଶା କେମିତି ହେବ ବିଜେପିର ଅଭେଦ୍ୟ ଗଡ଼? ଅମିତ ଶାହାଙ୍କ ଅଧୁରା କାମକୁ କେମିତି ପୂରଣ କରିବେ ଜେ.ପି ନଡ୍ଡା ? ସଂଗଠନ ସୁଦୃଢ ସହ ବିଜେଡି ବିରୋଧରେ ଆଭିମୁଖ୍ୟକୁ ଶାଣିତ କରିବ କି ଦଳ ? ଗତକାଲି ଓଡ଼ିଶା ଜନସମ୍ବାଦ ଭର୍ଚୁଆଲ ରାଲିରେ ଶାହାଙ୍କ ଅଭେଦ୍ୟ ଗଡ଼। ଆହ୍ବାନ ପରେ ଏମିତି କିଛି ପ୍ରଶ୍ନ ଠିଆ  ହୋଇଛି। ତେବେ ପଞ୍ଚାୟତ ନିର୍ବାଚନକୁ ଦୁଇ ବର୍ଷ ଓ ସାଧାରଣ ନିର୍ବାଚନକୁ ୪ ବର୍ଷ ଥିବା ବେଳେ ବିଜେପି ତାର ଆଭିମୁଖ୍ୟ ଓ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିବା ନେଇ ଶାହାଙ୍କ ସନ୍ଦେଶ, ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି।

Advertisment

publive-image

ଶାହାଙ୍କ ସ୍ୱପ୍ନ ଥିଲା ମିଶନ ୧୨୦। ହେଲେ ଦଳ ୨୩ରେ ସୀମିତ ରହିଲା। କିନ୍ତୁ ଲୋକସଭାର ୮ ଆସନ ଓ  ଗତ ନିର୍ବାଚନରେ ପାଇଥିବା ୯୧ ଲକ୍ଷ ଭୋଟକୁ ଆଧାର କରି ପୁଣି ଗଡ଼ ଜୟର ଆହ୍ୱାନ ଦେଇଛନ୍ତି ଅମିତ ଶାହା।

ଶାହାଙ୍କ ମନ୍ତ୍ର ଦଳର କର୍ମୀଙ୍କ ଭିତରେ ଯୋଶ୍‌ ବି ଭରିଛି। ତେବେ ଏଥିପାଇଁ କଣ ହେବ ଦଳର ରଣନୀତି? ମୋଦିଙ୍କ ସଫଳତାର ଗାଥାକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି। ଆସନ୍ତାକାଲିଠାରୁ ମାସେ ଧରି ପ୍ରତି ବୁଥକୁ ଯିବେ ଦଳୀୟ ନେତା। ମାମାଜିକ ଦୂରତା ରଖି ବୁଥର ୧୦୦ ପରିବାର ପାଖରେ ଦୁଇ ଜଣ ନେତା ପହଁଞ୍ଚାଇବେ। ମୋଦିଙ୍କ ଚିଠି ଓ ଏ ପ୍ରଚାରପତ୍ର ବଷର୍କରେ ଓଡ଼ିଶା କେନ୍ଦ୍ରଠାରୁ କି କି ସହାୟତା ପାଇଛି ଏଥିରେ ତାର ପୂରା ହିସାବ ରହିଛି ।

Advertisment

publive-image

ତେବେ ଲୋକଙ୍କ ପାଖକୁ ଗଲା ବେଳେ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଆସ୍ଥାନ ଜମାଇ ଥିବା ବିଜେଡିର ଦୋଷ ଦୁର୍ବଳତା ବଖାଣିବେ କି ଦଳୀୟ ନେତା? ପ୍ରସ୍ତୁତ ଖସଡ଼ାରେ ଏହା ସ୍ଥାନ ପାଇଛି କି ନାହିଁ ସେ ନେଇ ନେତା କିନ୍ତୁ ସ୍ପଷ୍ଟ କରୁନାହାଁନ୍ତି।

ଏପଟେ ନିର୍ବାଚନ ପରଠାରୁ ବିଜେଡି ସହ ବିଜେପିର ପୂର୍ବ ତିକ୍ତତା ଆଉ ନାହିଁ। କେନ୍ଦ୍ର ଓ ରାଜ୍ୟ କାନ୍ଧରେ କାନ୍ଧ ମିଶାଇ କାମ କରିବାର ଅନେକ ନଜିର୍ ଦେଖିଲେଣି ରାଜ୍ୟବାସୀ। ଗତକାଲି ବି ଶାହା କଂଗ୍ରେସକୁ ନିଶାନା କରିଥିବା ବେଳେ ରାଜ୍ୟ ସରକାର କି ନବୀନଙ୍କ ବିରୋଧରେ ପଦୁଟିଏ ବି କହି ନଥିଲେ। ଏପରି ସ୍ଥିତିରେ ଦୁହିଁଙ୍କ ସଂପର୍କକୁ ନେଇ ବିଜେପିକୁ ପୁଣି ନିଶାନା କରିଛି କଂଗ୍ରେସ।

Advertisment

publive-image

ଏପଟେ ନବୀନଙ୍କ ଦୁଇ ଦଶନ୍ଧିର ପତିଆରାର ପତନ ଘଟାଇ ଓଡ଼ିଶାକୁ ଅଭେଦ୍ୟ ଗଡ଼ରେ ପରିଣତ କରିବା ବିଜେପିର ଅବାସ୍ତବ ପରିକଳ୍ପନା ବୋଲି କହିଛନ୍ତି ବିଶ୍ଳେଷକ।

publive-image

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଭିନ୍ନ ପ୍ରସଙ୍ଗ ସହ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବା ନେଇ ଜୋରଦାର ସମାଲୋଚନା କରିଛନ୍ତି ଶାହ। ତେବେ ଓଡ଼ିଶାରେ ବି ଏହି ଯୋଜନାକୁ ନବୀନ ସରକାର କରି ନଥିଲେ ବି ଶାହ କିନ୍ତୁ କାଲି ଓଡ଼ିଶା ରାଲିରେ କିଛି କହିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ