Advertisment

House Owner Dies During Guni–Garedi Ritual: ଗୁଣି ଗାରେଡ଼ି ପାଇଁ ଗଲା ଜୀବନ, ମାଟିରେ ପୋତି ହୋଇ ଘର ମାଲିକ ମୃତ

ଗୁଣି ଗାରେଡ଼ି ବେଳେ ମାଟିରେ ପୋତି ହୋଇ ଘର ମାଲିକ ମୃତ। ଘଟଣାସ୍ଥଳରୁ ଜଣେ ଫେରାର, ଦୁଇ ଗୁଣିଆ ଅଟକ। କେନ୍ଦ୍ରାପଡ଼ା ନିକିରାଇ ଥାନା ପାଳକଣା ଗାଁରେ ଅଭାବନୀୟ ଘଟଣା।

Black Magic

Black Magic Photograph: (OTV)

Advertisment

ଅନ୍ଧବିଶ୍ବାସର କରୁଣ ପରିଣତି। ଗୁଣି ଗାରେଡ଼ି ପାଇଁ ମାଟିରେ ପୋତି ହେଲେ ଘର ମାଲିକ। କେନ୍ଦ୍ରାପଡ଼ା ନିକିରାଇ ଥାନା ପାଳକଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁଣି ଗାରେଡ଼ି ବେଳେ ମାଟି ଅତଡା ଧସି ଘର ମାଲିକଙ୍କ ମୃତ୍ୟୁର ଖୋଳତାଡ ଚାଲିଛି। ଏହି ଘଟଣାରେ ଜଣେ ଫେରାର ହୋଇଥିବା ବେଳେ ଦୁଇ ଗୁଣିଆଙ୍କୁ ଅଟକ ରଖି ତଦନ୍ତ କରୁଛି ନିକିରାଇ ଥାନା ପୋଲିସ। 

Advertisment

ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ଜଗବନ୍ଧୁ ମହାରଣାଙ୍କ ଘରେ ଚାଲିଥିଲା ଗୁଣି ଗାରେଡ଼ି ପୂଜା। ଘରେ ଶାନ୍ତି ଫେରିବା ପାଇଁ ତାନ୍ତ୍ରିକ ପୂଜାର୍ଚ୍ଚନା କରୁଥିଲେ। ୧୦ ଫୁଟ ଗଭୀର ଗାତ ଭିତରେ ପୂଜା ଚାଲିଥିଲା ବେଳେ ମାଟି ଅତଡ଼ା ଧସିବାରୁ ଗୁରୁତର ହୋଇଥିଲେ ଜଗବନ୍ଧୁ। ପରେ ତାଙ୍କର ମୃତ୍ୟୁ ହୋଇଥିଲା।

•    ଗୁଣି ଗାରେଡ଼ି ପାଇଁ ଗଲା ଜୀବନ
•    ଗୁଣି ଗାରେଡ଼ି ବେଳେ ମାଟିରେ ପୋତି ହୋଇ ଘର ମାଲିକ ମୃତ
•    ଘଟଣାସ୍ଥଳରୁ ଜଣେ ଫେରାର, ଦୁଇ ଗୁଣିଆ ଅଟକ
•    କେନ୍ଦ୍ରାପଡ଼ା ନିକିରାଇ ଥାନା ପାଳକଣା ଗାଁରେ ଅଭାବନୀୟ ଘଟଣା
•    ଚନ୍ଦ୍ରଭାନୁ ମହାରଣାଙ୍କ ଘରେ ଚାଲିଥିଲା ଗୁଣି ଗାରେଡ଼ି
•    ୧୦ ଫୁଟ ଗଭୀର ଗାତ ଭିତରେ ଚାଲିଥିଲା ପୂଜା
•    ପୂଜା ଚାଲିଥିବା ବେଳେ ଧସିଥିଲା ମାଟି ଅତଡ଼ା

Advertisment
Kendrapada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ