Advertisment

ଘରଭଡ଼ାକୁ ନେଇ ମାଲିକଙ୍କୁ ଛାତରୁ ଠେଲି ଦେଲେ ଭଡାଟିଆ

ପୁରୀ :ଘର ଭଡ଼ାକୁ ନେଇ ମାଲିକଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ।  ଏଭଳି ଘଟଣା ଘଟିଛି ପୁରୀ ପଥୁରିଆ ସାହିରେ। ମୃତକ ହେଲେ ନାରାୟଣ ମହାରଣା।  ଅଭିଯୋଗ ଅନୁସାରେ ନରାୟଣଙ୍କ ଘରେ ଏକ ଦମ୍ପତି ଦୀର୍ଘଦିନ ହେଲା ଭଡ଼ାରେ ରହୁଥିଲେ । ତେବେ ଘର ମାଲିକଙ୍କୁ ଭଡ଼ା ଦେଉନଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବଂ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ବୁଝାମଣା […]

ଘରଭଡ଼ାକୁ ନେଇ ମାଲିକଙ୍କୁ ଛାତରୁ ଠେଲି ଦେଲେ ଭଡାଟିଆ

house owner death

Advertisment

ପୁରୀ :ଘର ଭଡ଼ାକୁ ନେଇ ମାଲିକଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ।  ଏଭଳି ଘଟଣା ଘଟିଛି ପୁରୀ ପଥୁରିଆ ସାହିରେ। ମୃତକ ହେଲେ ନାରାୟଣ ମହାରଣା।  ଅଭିଯୋଗ ଅନୁସାରେ ନରାୟଣଙ୍କ ଘରେ ଏକ ଦମ୍ପତି ଦୀର୍ଘଦିନ ହେଲା ଭଡ଼ାରେ ରହୁଥିଲେ । ତେବେ ଘର ମାଲିକଙ୍କୁ ଭଡ଼ା ଦେଉନଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବଂ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ବୁଝାମଣା ହୋଇଥିଲା।

Advertisment

publive-imageଘର ଛାଡିବାକୁ ଦମ୍ପତି ୫ମାସ ସମୟ ମାଗିଥିଲେ । ତେବେ ଆଜି ପୂର୍ବାହ୍ନରେ ହଠାତ ନାରାୟଣଙ୍କ ଚିତ୍କାର ଶୁଭିଥିଲା । ସ୍ଥାନୀୟ ବାସିନ୍ଦା ଆସି ଦେଖିବା ବେଳେ ସେ ତଳେ ପଡିଥିଲେ।

ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।  ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।  ଘଟଣା ପରେ ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଥାନାରେ ଅଟକ ରଖିଛି । ଉଭୟଙ୍କୁ ଗିରଫ ଦାବିରେ ଲୋକେ ଥାନା ଘେରାଉ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ