Advertisment

Home Guard Seriously Injured: କାର ଋଣ ଆଦାୟ ବେଳେ ହୋମଗାର୍ଡ ଉପରେ ମରଣାନ୍ତକ ଆକ୍ରମଣ

ହୋମଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ। ମଞ୍ଜୁରୀ ରୋଡର ଲକ୍ଷ୍ମୀବଜାରରେ ଆକ୍ରମଣ। କାର ଜବତ ପାଇଁ ଯିବା ବେଳେ ହୋମଗାର୍ଡଙ୍କୁ ଆକ୍ରମଣ। ଆକ୍ରମଣ କରିଛନ୍ତି ଋଣ ଖିଲାଫ କରିଥିବା ବ୍ୟକ୍ତି।

author-image
Pramod Behera
Home Guard Seriously Injured

କାର ଋଣ ଆଦାୟ ବେଳେ ହୋମଗାର୍ଡ ଉପରେ ମରଣାନ୍ତକ ଆକ୍ରମଣ Photograph: (OTV)

ହୋମଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ। ଭଦ୍ରକ ଭଣ୍ଡାରୀପୋଖରୀ ଥାନାର ଜଣେ ହୋମଗାର୍ଡଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମଞ୍ଜୁରୀରୋଡର ଲକ୍ଷ୍ମୀବଜାରରେ ହୋମଗାର୍ଡ ସୁଶାନ୍ତ ସାହୁଙ୍କୁ ଆକ୍ରମଣ ହୋଇଛି। ବ୍ୟାଙ୍କରୁ ଜଣେ ବ୍ୟକ୍ତିଙ୍କୁ କାର୍ ଋଣ ଯୋଗାଇ ଦିଆଯାଇଥିଲା।

Advertisment

ମାତ୍ର କାର କିସ୍ତି ନ ଦେବାରୁ କାରକୁ ଆଣିବାକୁ ହୋମଗାର୍ଡ ସୁଶାନ୍ତ ସାହୁଙ୍କ ସହ ବ୍ୟାଙ୍କ କର୍ମଚାରୀ ଯାଇଥିଲେ। ସେଠାରେ ହୋମଗାର୍ଡ ସୁଶାନ୍ତଙ୍କୁ ଆକ୍ରମଣ କରିଥିଲେ ଋଣ ନେଇଥିବା ବ୍ୟକ୍ତି। ଆକ୍ରମଣରେ ଗୁରୁତର ସୁଶାନ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍।

Attack Odisha Crime Odisha News
Advertisment
Advertisment