Advertisment

ଅଣସର ଘରେ ଶ୍ରୀଜିଉ, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା ଆଜି ଅଣସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ ୨ଟି ମାଟି ର୍ନିମିତ ଘୁମାରେ ଘଣାପେଡା ରାଶି ତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ଏକ ବର୍ଷ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଅଣସର ଘରେ ଶ୍ରୀଜିଉ, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

puri

  • ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା
  • ଆଜି ଅଣସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ
  • ୨ଟି ମାଟି ର୍ନିମିତ ଘୁମାରେ ଘଣାପେଡା ରାଶି ତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ
Advertisment

ଭୁବନେଶ୍ୱର: ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ଆଉ ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା। ଆଜି ଅଣସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ। ଏଥିପାଇଁ ଓଡିଆ ମଠ ପକ୍ଷରୁ ଫୁଲରୀ ତେଲ ଯୋଗାଇ ଦିଆଯାଇଥାଏ। ଯାହାକୁ ପତି ମହାପାତ୍ର ସଂସ୍କାର କରିବା ପରେ ମାଲିସ କରାଯିବ।

puri

ହେରାପଞ୍ଚମୀ ତିଥିରେ ୨ଟି ମାଟି ର୍ନିମିତ ଘୁମାରେ ଘଣାପେଡା ରାଶି ତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ। ଔଷଧୀୟ ଦ୍ରବ୍ୟରେ ଅନେକ ସୁବାସିତ ଫୁଲ ଏହି ରାଶି ତେଲରେ ମିଶ୍ରଣ କରାଯାଇ ରଖାଯାଇଥାଏ। ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ। ବର୍ଷକ ପରେ ଘୁମାରେ ଥିବା ତେଲକୁ ମାଟି ତଳୁ କଢ଼ା ଯାଇଥାଏ ଏବଂ ଏହି ଫୁଲରୀ ତେଲ ମାଲିସ ପରେ ଶ୍ରୀଜିଉ କିଛି ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ତେଲକୁ ଦଇତାପତି ସେବକ ମାନେ ଚତୁର୍ଦ୍ଦା ବିଗ୍ରହଙ୍କ ଶରୀର ମାଲିସ କରିଥାନ୍ତି।

Advertisment

ଦେବସ୍ନାନ ପୂର୍ଣ୍ଣମୀରେ ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ। ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର।

Advertisment
Advertisment