Advertisment

'Dahani' Term Declared Criminal: ‘ଡାହାଣୀ’ ଶବ୍ଦ ଅପରାଧ, ଐତିହାସିକ ଓ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଲେ OHRC

‘ଡାହାଣୀ’ ଅପରାଧ ବିରୋଧରେ OHRCଙ୍କ ବଡ଼ ନିର୍ଦ୍ଦେଶ। ଐତିହାସିକ ଓ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଲେ OHRC।‘ଡାହାଣୀ’ ଶବ୍ଦ ବ୍ୟବହାର ଅପରାଧ ଘୋଷଣା ହେଉ ବୋଲି କହିଛନ୍ତି।

Witch-Hunting

Witch-Hunting Photograph: (OTV)

Advertisment

‘ଡାହାଣୀ’ ଶବ୍ଦ ଅପରାଧ। କିଛି ଏଭଳି କଡ଼ା ନିର୍ଦ୍ଦେଶ ଶୁଣାଇଛନ୍ତି ଓଡ଼ିଶା ମାନବାଧିକାର କମିଶନ। ୨୦୧୮ ମସିହାର ଏକ ମାମଲାର ଶୁଣାଣି କରି କିଛି ଏଭଳି ନିର୍ଦ୍ଦେଶ ଦେଇଛନ୍ତି OHRC। 

Advertisment

ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରି ଆୟୋଗ ଓଡ଼ିଶା ଡାହାଣୀ ଶିକାର ନିବାରଣ ଆଇନ–୨୦୧୩ ଓ ଏହାର ପରିପାଳନା ପାଇଁ ୨୦୧୪ ମସିହାରେ ସୂଚିତ କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍ ର ସମ୍ପୂର୍ଣ୍ଣ ସମୀକ୍ଷା କରିଥିଲେ। 

ଡାହାଣୀ ଶିକାର ଭଳି କୁସଂସ୍କାରମୂଳକ ପ୍ରଥାକୁ ସମୁଳେ ନଷ୍ଟ କରିବା ପାଇଁ ବର୍ତ୍ତମାନ ଆଇନରେ ସ୍ପଷ୍ଟ ଓ ପ୍ରଭାବଶାଳୀ ବ୍ୟବସ୍ଥାର ଅଭାବ ରହିଛି। ବିଶେଷକରି ଡାହାଣୀ ଅଭିଯୋଗ ଆଧାରରେ ବଳପୂର୍ବକ ଗ୍ରାମଛଡ଼ା, ସାମାଜିକ ବହିଷ୍କାର, ସମୁଦାୟରୁ ଚ୍ୟୁତି ଓ ଅମାନବିକ ଆଚରଣକୁ ରୋକିବା ପାଇଁ ଆଇନରେ ସ୍ପଷ୍ଟ ପ୍ରତିରୋଧମୂଳକ ବ୍ୟବସ୍ଥା ନାହିଁ। 

Advertisment

ଡାହାଣୀ ଶବ୍ଦକୁ ଅପରାଧ ଭାବେ ଘୋଷଣା କରିବା, ଆଇନକୁ ଲିଙ୍ଗ-ନିରପେକ୍ଷ କରିବା ଏବଂ ପ୍ରତିରୋଧ, ପୁନର୍ବାସ ଓ ନ୍ୟାୟ ପୁନସ୍ଥାପନ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ହୋଇଛି। 

ଗୃହ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗକୁ ସଂଯୁକ୍ତ ଭାବେ କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍ କୁ ସଂଶୋଧନ କରିବା ସହ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟଯୋଜନା ସାମିଲ କରିବା ସହ ଅବହେଳା ପାଇଁ ଦାୟୀ ବ୍ୟକ୍ତିମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି।

Advertisment

OHRC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ