Advertisment

କୁନ୍ଦୁଲି ମାମଲା: ଏସ୍‌ଆଇଟି ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ତିନିଜଣିଆ ଏସ୍ଆଇଟି। ୩ ଜଣ ଡିଆଇଜି ରାଙ୍କର ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୁନ୍ଦୁଲି ସମ୍ପର୍କିତ ଏକାଧିକ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବିରେ ଏକାଧିକ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ମାଙ୍କ ପକ୍ଷରୁ ମଧ୍ୟ ଅନୁରୂପ ମାମଲା […]

କୁନ୍ଦୁଲି ମାମଲା: ଏସ୍‌ଆଇଟି ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

high court

Advertisment

କଟକ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ତିନିଜଣିଆ ଏସ୍ଆଇଟି। ୩ ଜଣ ଡିଆଇଜି ରାଙ୍କର ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Advertisment

କୁନ୍ଦୁଲି ସମ୍ପର୍କିତ ଏକାଧିକ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବିରେ ଏକାଧିକ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ମାଙ୍କ ପକ୍ଷରୁ ମଧ୍ୟ ଅନୁରୂପ ମାମଲା ଦାୟାର କରାଯାଇଛି । ତେବେ ସିବିଆଇ ତଦନ୍ତ ପରିବର୍ତ୍ତେ ଏସ୍ଆଇଟି ତଦନ୍ତ ପାଇଁ କୋର୍ଟ ପୂର୍ବରୁ ନାଁ ସୁପାରିଶ କରିବାକୁ ଆବେଦନକାରୀଙ୍କୁ କହିଥିଲେ। ତେବେ ଡିଆଇଜି ରାଙ୍କର କେଉଁ ୩ ଜଣ ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରାଯିବ, ସେନେଇ ସ୍ପଷ୍ଟ ହୋଇନଥିବାବେଳେ ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ