High MSP Lures Bengal Middlemen Photograph: (OTV)
ପଡ଼ିଶା ଧାନ ଦଲାଲଙ୍କୁ ଗ୍ରାସିଛି ଓଡ଼ିଶାର ୩୧ ଶହ ଟଙ୍କା ଲୋଭ। ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଚାଲିଛି ଧାନ ଚୋରାଚାଲାଣ। ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରୁ ୧୮ଶହ ବସ୍ତା ଧାନ ଜବତ କଲା ବାଲେଶ୍ବର ଯୋଗାଣ ବିଭାଗ। ଓଡ଼ିଶା ସରକାର ଧାନ କୁଇଣ୍ଟାଲକୁ ୩୧ ଶହ ଟଙ୍କା ଦେଉଥିବାରୁ କିଛି ବଙ୍ଗ ଦଲାଲ୍ ଓଡ଼ିଶାକୁ ଧାନ ଆଣି ବିକିବାକୁ ମସୁଦା ଚଳାଇଛନ୍ତି।
୩ଟି ଟ୍ରକରେ ବିପୁଳ ପରିମାଣର ଧାନ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିବା ଖବର ପାଇ ଯୋଗାଣ ବିଭାଗ ଚଢାଉ କରିଥିଲା। ଏହି ସମୟରେ ୩ଟି ଟ୍ରକ୍ ସହିତ ୧୮ଶହ ବସ୍ତା ଧାନ ଜବତ ହୋଇଛି। ତିନି ଜଣ ଡ୍ରାଇଭର ଅଟକ ଥିବାବେଳେ ମୁଖ୍ୟ ଦଲାଲ୍ ଫେରାର୍ ହୋଇଯାଇଛି।
ଜବତ ଟ୍ରକ୍ ଗୁଡ଼ିକର କାଗଜପତ୍ର ଠିକ୍ ନଥିବା ପୋଲିସ ଜାଣିବାକୁ ପାଇଛି। ସୀମାରେ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଥିଲା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/30/high-msp-lures-bengal-middlemen-2026-01-30-09-01-39.jpg)