/odishatv-khabar/media/post_attachments/uploadimage/library/16_9/16_9_0/high-court-1_1620728567.jpg)
high court
କଟକ: ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିଷ୍ପତ୍ତି ହାଇକୋର୍ଟରେ ଖାରଜ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇନଜିବୀଙ୍କୁ ବରିଷ୍ଠତା ପ୍ରଦାନ ପାଇଁ ଦେଶର ସମସ୍ତ ହାଇକୋର୍ଟ ନିୟମାବଳୀ ପ୍ରସ୍ତୁତ କରିଥିଲେ। ହାଇକୋର୍ଟ ଚାହିଁଲେ ଯେ କୌଣସି ଆଇନଜିବୀଙ୍କୁ ବରିଷ୍ଠତା ପ୍ରଦାନ କରିପାରିବେ ବୋଲି ଏହି ନିୟମାବଳୀର ଧାରା୬ (୯)ରେ ବ୍ୟବସ୍ଥା କରାଯାଇଥିଲା। । ତେବେ ବରିଷ୍ଠତା ପ୍ରଦାନ ପାଇଁ ୫୦ ଜଣ ଆଇନଜୀବୀ ଆବେଦନ ମଧ୍ୟ କରିଥିଲେ। ଆବେଦନ ଉପରେ କୌଣସି ନିଷ୍ପତ୍ତି ଗ୍ରହଣ ନ କରି ଗତ ୨୦୧୯ ଅଗଷ୍ଟ ୧୯ ତାରିଖରେ ଏଥିମଧ୍ୟରୁ ୫ ଜଣଙ୍କୁ ବରିଷ୍ଠତା ପ୍ରଦାନ କରାଯାଇଥିବା ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ।
ସେହି ବର୍ଷ ସେପ୍ଟେମ୍ବର ୪ ତାରିଖରେ ବରିଷ୍ଠ ଆଇନଜୀବୀ ପାଇଁ ଆବେଦନ କରିବା ଲାଗି ସାନି ବିଜ୍ଞପ୍ତି ଜାରୀ କରାଯାଇଥିଲା। ହାଇକୋର୍ଟ ଡେଜିନେସନ ଅଫ ସିନିୟର ଆଡଭୋକଟ ରୁଲ ୨୦୧୯ର ଧାରା ୬ (୯)ର ବୈଧତା , ୫ ଜଣଙ୍କୁ ଦିଆଯାଇଥିବା ବରିଷ୍ଠ ଆଇନଜୀବୀ ମାନ୍ୟତା ଏବଂ ସାନି ଜାରୀ କରାଯାଇଥିବା ବିଜ୍ଞପ୍ତି ରଦ୍ଦ କରିବାକୁ ଦୁଇଟି ପୃଥକ ମାମାଲା ଦାୟର ହୋଇଥିଲା। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଓଡିଶା ହାଇକୋର୍ଟ ଡେଜିନେସନ ଅଫ ସିନିୟର ଆଡଭୋକଟ ରୁଲ ୨୦୧୯ର ଧାରା ୬ (୯)କୁ ଖାରଜ କରିବା ସହ ସାନି ଆବେଦନ ବିଜ୍ଞପ୍ତିକୁ ମଧ୍ୟ ରଦ୍ଦ କରିଛନ୍ତି।
ଆବେଦନ ହୋଇଥିବା ତାଲିକା ଅନୁଯାୟୀ ବରିଷ୍ଠତା ପ୍ରଦାନ କରିବାରୁ କୋର୍ଟ ଆଦେଶ ଦେଇଛନ୍ତି। ଯେପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଚୂଡାନ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ୫ ଜଣଙ୍କ ବରିଷ୍ଠ ଆଇନଜୀବୀ ମାନ୍ୟତା ମଧ୍ୟ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି। ତେବେ ଏ ସମସ୍ତ ପକ୍ରିୟା ଜୁଲାଇ ମାସ ଶେଷ ସୁଦ୍ଧା କରିବା ପାଇଁ ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)