ASO Question Paper Leak Case Photograph: (OTV)
ହାଇକୋର୍ଟ ASO ପରୀକ୍ଷା ଅନିୟମିତତା ମାମଲାରେ ୬ ଅଭିଯୁକ୍ତ ଗିରଫ। ଜଣେ ମହିଳାଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଗିରଫ ୬ ଅଭିଯୁକ୍ତ ହେଲେ ହିମାଂଶୁ ଶେଖର ଦାସ, ଶ୍ରୀଧର ମନ୍ତ୍ରୀ, ଆଲୋକ ସାହୁ, ନିର୍ମାଲ୍ୟ କୁମାର ଦାସ, ଗଙ୍ଗାଧର ଜେନା ଓ ଜ୍ୟୋତିର୍ମୟୀ ସାହୁ ।
ତଦନ୍ତ ସମୟରେ ସାଂଘାତିକ ତଥ୍ୟ ସାମନାକୁ ଆସିଥିବା ଜଣାପଡିଛି । ପୂର୍ବରୁ SI ଓ ସ୍ପେଶାଲ OTET ପରୀକ୍ଷା କେଳେଙ୍କାରୀରେ ଗିରଫ ହୋଇ ଜେଲରେ ଥିବା ୫ ଜଣ ଅଭିଯୁକ୍ତ ମଧ୍ୟ ହାଇକୋର୍ଟ ASO ପରୀକ୍ଷା ଅନିୟମିତତାରେ ସାମିଲ ଅଛନ୍ତି। ସେମାନଙ୍କୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବ।
୨୦୨୫ ଜୁଲାଇ ୧୩ ତାରିଖରେ ହାଇକୋର୍ଟ ASO ଲିଖିତ ପରୀକ୍ଷା କରାଯାଇଥିଲା ଏଥିରେ ୭ ହଜାର ୧୧୩ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ ହେଲେ ପରୀକ୍ଷାର Answer key ଭାଇରାଲ ହୋଥିବା ଜଣା ପଡ଼ିବା ପରେ ପରୀକ୍ଷାକୁ ବାତିଲ କରାଯାଇ ପୁନର୍ବାର ୨୦୨୫ ଡିସେମ୍ବର ୭ ତାରିଖରେ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/01/aso-question-paper-leak-case-2026-02-01-09-37-33.jpg)