Advertisment

High Court ASO Exam Irregularities: ହାଇକୋର୍ଟ ASO ପରୀକ୍ଷା ବିଭ୍ରାଟ: ୬ ଗିରଫ

୨୦୨୪ ହାଇକୋର୍ଟ ASO ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କଲା ଲାଲବାଗ୍ ଥାନା ପୋଲିସ। ଆଉ ୫ ଜଣ ମଧ୍ୟ ସଂପୃକ୍ତ ଥିବା ସୂଚନା।

ASO Question Paper Leak Case

ASO Question Paper Leak Case Photograph: (OTV)

Advertisment

ହାଇକୋର୍ଟ ASO ପରୀକ୍ଷା ଅନିୟମିତତା ମାମଲାରେ ୬ ଅଭିଯୁକ୍ତ ଗିରଫ। ଜଣେ ମହିଳାଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଗିରଫ ୬ ଅଭିଯୁକ୍ତ ହେଲେ ହିମାଂଶୁ ଶେଖର ଦାସ, ଶ୍ରୀଧର ମନ୍ତ୍ରୀ, ଆଲୋକ ସାହୁ, ନିର୍ମାଲ୍ୟ କୁମାର ଦାସ, ଗଙ୍ଗାଧର ଜେନା ଓ ଜ୍ୟୋତିର୍ମୟୀ ସାହୁ । 

Advertisment

ତଦନ୍ତ ସମୟରେ ସାଂଘାତିକ ତଥ୍ୟ ସାମନାକୁ ଆସିଥିବା ଜଣାପଡିଛି । ପୂର୍ବରୁ SI ଓ ସ୍ପେଶାଲ OTET ପରୀକ୍ଷା କେଳେଙ୍କାରୀରେ ଗିରଫ ହୋଇ ଜେଲରେ ଥିବା ୫ ଜଣ ଅଭିଯୁକ୍ତ ମଧ୍ୟ ହାଇକୋର୍ଟ ASO ପରୀକ୍ଷା ଅନିୟମିତତାରେ ସାମିଲ ଅଛନ୍ତି। ସେମାନଙ୍କୁ  ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବ। 

୨୦୨୫ ଜୁଲାଇ ୧୩ ତାରିଖରେ ହାଇକୋର୍ଟ ASO ଲିଖିତ ପରୀକ୍ଷା କରାଯାଇଥିଲା ଏଥିରେ ୭ ହଜାର ୧୧୩ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ ହେଲେ ପରୀକ୍ଷାର Answer key ଭାଇରାଲ ହୋଥିବା ଜଣା ପଡ଼ିବା ପରେ ପରୀକ୍ଷାକୁ ବାତିଲ କରାଯାଇ ପୁନର୍ବାର ୨୦୨୫ ଡିସେମ୍ବର ୭ ତାରିଖରେ କରାଯାଇଥିଲା।

Advertisment

ASO Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ