/odishatv-khabar/media/post_attachments/uploadimage/library/16_9/16_9_0/ହହ_1625047795.jpg)
ହହ
- ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ପାଦହରା ପୁଷ୍କରୀଣି
- କେଦାରଗୌରୀ ପୁଷ୍କରିଣୀରୁ ଦଳ ସଫା କାମ ଆରମ୍ଭ
- ଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିଲେ ସୁଧୁରିବ ସମସ୍ୟା
ଭୁବନେଶ୍ୱର(ବଳରାମ ମହାନ୍ତି) : ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସହିତ ବିଭିନ୍ନ ମନ୍ଦିର, ଐତିହ୍ୟ ସ୍ଥଳ, କୀର୍ତ୍ତିରାଜିର ସୁରକ୍ଷା, ସଂରକ୍ଷଣ, ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକାମ୍ର ବିକାଶ ଯୋଜନା । ଏହି ଯୋଜନା ଆରମ୍ଭ ପରେ କିଛିକାଂଶରେ ହଟିଛି ଜବରଦଖଲ । ସାମ୍ନାକୁ ଆସିଛି ଅନେକ କୀର୍ତ୍ତିରାଜି ଓ ଐତିହ୍ୟ ସ୍ଥଳ ତା ଭିତରେ ସାମ୍ନାକୁ ଆସିଛି ଐତିହ୍ୟ ସହ ଜଡ଼ିତ ଦେବୀ ପାଦହରା ପୁଷ୍କରିଣୀ । ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା କିନ୍ତୁ ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ବ୍ୟବହାର ଅନୁପଯୁକ୍ତ ଅନେକ ଐତିହ୍ୟ ପୁଷ୍କରିଣୀ ।
ଲିଙ୍ଗରାଜ ମନ୍ଦିର ସମ୍ମୁୁଖରେ ଅଛି ପାଦହରା ପୁଷ୍କରିଣୀ l ଏକାମ୍ର କ୍ଷେତ୍ର ବିକାଶ ଯୋଜନାରେ ଲୋକଲୋଚନକୁ ଆସିଛି ଏହି ଐତିହ୍ୟ ପୁଷ୍କରିଣୀ । କିନ୍ତୁ ଏବେ ପୂରା ଦଳରେ ଭର୍ତ୍ତି, ସମ୍ପୂର୍ଣ ବ୍ୟବହାର ଅନୁପଯୋଗୀ । କେବଳ ଦେବି ପାଦହରା ନୁହେଁ, ଏହା ପଛପଟେ ଥିବା ପାପନାଶିନୀ ପୁଷ୍କରିଣୀର ମଧ୍ୟ ସମାନ ଅବସ୍ଥା । ଦିନ ଥିଲା ବିଭିନ୍ନ ପେଟ ରୋଗରୁ ମୁକ୍ତି ପାଇବା ପାଇଁ ଭୁବନେଶ୍ୱର ସହିତ ଦୂର ଦୁରାନ୍ତରୁ ଅନେକ ଲୋକ କେଦାର ଗୌରୀ ପୁଷ୍କରିଣୀ ପାଣି ନେଇ ପିଉଥିଲେ l କିନ୍ତୁ ଆଜି ପିଇବା ତ ଦୂରର କଥା, ଏ ପାଣି ବାଜିଲେ ଦେହ କୁଣ୍ଡାଇ ହେଉଛି l ଏହି ସବୁ ପୋଖରୀକୁ ବ୍ୟବହାର ଯୋଗ୍ୟ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଏହିସବୁ ପୁଷ୍କରିଣୀ ଗୁଡିକୁ ସଫାସୁତୁରା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ NGO ଏବଂ ସ୍ଥାନୀୟ ବାସିନ୍ଦା । ପ୍ରଥମ କରି ଦଳ ସଫା କାମ ଆରମ୍ଭ ହୋଇଛି କେଦାରଗୌରୀ ପୁଷ୍କରିଣୀରୁ l ଏହା ପରେ ଅନ୍ୟ ପୋଖରୀ ସଫା ହେବ l ସମସ୍ତ ପୋଖରୀରୁ ସ୍ଥାୟୀ ଭାବେ ଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିଲେ ଏହି ସମସ୍ୟା ସୁଧୁରିବ । କିନ୍ତୁ ପୂର୍ବରୁ ଜଳ ନିଷ୍କାସନ ପାଇଁ ଥିବା ନାଳ ଗୁଡିକ ଜବର ଦଖଲ ହୋଇଥିବାରୁ ଏହି ସମସ୍ୟା ଦେଖା ଦେଇଛି । ସରକାର ଚାହିଁଲେ ତୁରନ୍ତ ଜବରଦଖଲ ଉଛେଦ କରି ଏହାର ସମାଧାନ କରିପାରିବେ ବୋଲି କହିଛନ୍ତି ଏନଜିଓ କର୍ମକର୍ତ୍ତା । ଆହୁରି ଅନେକ ଐତିହ୍ୟ ପୁଷ୍କରିଣୀ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)