Advertisment

୧୬ ଯାଏଁ ଲକଡାଉନ୍‌ ବଢିଲା: ଜାଣନ୍ତୁ ନୂଆ ଗାଇଡ୍‌ଲାଇନ୍‌ରେ କି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

ରାଜ୍ୟରେ ଜୁଲାଇ ୧୬ ଯାଏଁ ବଢ଼ିଲା ଆଂଶିକ ଲକଡାଉନ୍‌। କାଟେଗୋରୀ-Aରେ ଆଉ ୩ଟି ଜିଲ୍ଲା ସାମିଲ କରାଯାଇ ମୋଟ୍ ୨୦ଟି ଜିଲ୍ଲାରେ ନିୟମକୁ ଅଧିକ କୋହଳ କରାଯାଇଛି। ବଳକା ୧୦ ଜିଲ୍ଲାକୁ କାଟେଗୋରୀ Bରେ ରଖାଯାଇଛି

author-image
Sarbeswar
ଅଦ୍ୟତନ ହୋଇଛି
୧୬ ଯାଏଁ ଲକଡାଉନ୍‌ ବଢିଲା: ଜାଣନ୍ତୁ ନୂଆ ଗାଇଡ୍‌ଲାଇନ୍‌ରେ କି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

Unlock

ଭୁବନେଶ୍ୱର(ହରିହର ଚାନ୍ଦ): ରାଜ୍ୟରେ ଜୁଲାଇ ୧୬ ଯାଏଁ ବଢ଼ିଲା ଆଂଶିକ ଲକଡାଉନ୍‌। କାଟେଗୋରୀ-Aରେ ଆଉ ୩ଟି ଜିଲ୍ଲା ସାମିଲ କରାଯାଇ ମୋଟ୍ ୨୦ଟି ଜିଲ୍ଲାରେ ନିୟମକୁ ଅଧିକ କୋହଳ କରାଯାଇଛି। ବଳକା ୧୦ ଜିଲ୍ଲାକୁ କାଟେଗୋରୀ Bରେ ରଖାଯାଇଛି। କାଟେଗୋରୀ A ଜିଲ୍ଲା ଗୁଡ଼ିକରେ ଏଣିକି ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଦୋକାନ ଖୋଲିବା ସହିତ ଦୈନିକ ଓ ସାପ୍ତାହିକ ହାଟକୁ ବି ଅନୁମତି ମିଳିଛି। ଏସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ଏଣିକି ବସ୍, ଟାକ୍ସି ଓ ଅଟୋ ଚାଲିପାରିବ। ତାଛଡ଼ା ସାପ୍ତାହିକ ସଟଡାଉନ୍‌କୁ ବି ଉଠାଇ ଦିଆଯାଇଛି। ସେପଟେ କାଟେଗୋରୀ B ଜିଲ୍ଲାଗୁଡ଼ିକରେ ଦିନ ୨ଟା ଯାଏଁ ସମସ୍ତ ଦୋକାନ ଖୋଲିବ। ତେବେ ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍‌ ବଳବତ୍ତର ରହିବ। ଅନ୍ୟପକ୍ଷରେ ସାରା ରାଜ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଠାଦୋକାନ ଓ ଛୋଟ ସେଲୁନ୍ ଖୋଲିବାକୁ ଅନୁମତି ଦିଆଯାଇଛି।

Advertisment

ରାଜ୍ୟରେ ବଢ଼ିଲା ଆଂଶିକ ଲକଡାଉନ୍‌ ଅବଧି। ଜୁଲାଇ ୧୬ ଯାଏଁ ଆସିଲା ନୂଆ ଗାଇଡ୍ଲାଇନ୍। ପର୍ଯ୍ୟାୟକ୍ରମେ ଆରମ୍ଭ ହେଲା ଅନଲକ୍‌ ପ୍ରକ୍ରିୟା। ୫ ପ୍ରତିଶତରୁ କମ ପଜିଟିଭିଟି ରେଟ୍ ଥିବା ଜିଲ୍ଲାଗୁଡ଼ିକୁ ପୂର୍ବ ଭଳି କାଟାଗୋରୀ-ଏ ରେ ରଖାଯାଇଛି। ଏହି କାଟାଗୋରୀରେ ଆଉ ୩ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସାମିଲ ପରେ, ମୋଟ୍ ଜିଲ୍ଲା ସଂଖ୍ୟା ୨୦ରେ ପହଞ୍ଚିଛି। ବଳକା ୧୦ ଜିଲ୍ଲା କାଟାଗୋରୀ Bରେ ରହିଛି। ସୂଚନା ଅନୁସାରେ,  କାଟାଗୋରୀ-ଏରେ ଆସୁଥିବା ୨୦ ଜିଲ୍ଲାରେ ଏଣିକି ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ସବୁ ଦୋକାନ ବଜାର ଖୋଲିବ। ଦୈନିକ ଓ ସାପ୍ତାହିକ ହାଟ ବସିବାକୁ ବି ଅନୁମତି ମିଳିଛି। ଏହି ୨୦ ଜିଲ୍ଲା ମଧ୍ୟରେ ସିଟିଂ କାପାସିଟି ସହ ବସ୍ ସେବାକୁ ଅନୁମତି ଦିଆଯାଇଛି। ଡ୍ରାଇଭର୍ ବ୍ୟତୀତ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଟ୍ୟାକ୍ସି ଓ ଅଟୋ ଚଳାଚଳକୁ ଗ୍ରୀନ୍ ସିଗନାଲ୍‌ ବି ମିଳିଛି।

ଇନଡୋର୍‌ ଓ ଆଉଟ୍‌ଡୋର୍‌ ଫିଲ୍ମ, ସିରିଏଲ୍ ସୁଟିଂକୁ ଅନୁମତି ଦିଆଯାଇଛି। ତେବେ ମଲ୍, ସ୍ପା, ଜିମ୍ ଓ ବିୟୁଟି ପାର୍ଲର ପୂର୍ବଭଳି ବନ୍ଦ ରହିବ। ଅନ୍ୟପକ୍ଷରେ ଏହି ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍‌କୁ ଉଠାଇ ଦିଆଯାଇଛି। ତେବେ ନାଇଟ୍ କଫ୍ୟୁ ଜାରି ରହିବ। ସେପଟେ କାଟାଗୋରୀ ବିରେ ଆସୁଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ତେବେ ମଲ୍, ବିୟୁଟି ପାର୍ଲର, ସ୍ପା, ଜିମ୍, ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ । ଏସବୁ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇ ନାହିଁ।

Advertisment

ଆଉଟ୍ ଡୋର୍ ସୁଟିଂକୁ ଅନୁମତି ମିଳିଥିଲେ ବି ଇନଡୋର ସୁଟିଂ ହୋଇପାରିବ ନାହିଁ। ଏସୁବ ଜିଲ୍ଲାରେ ପୂର୍ବଭଳି ସପ୍ତାହାନ୍ତ ସଟଡାଉନ୍‌ ଓ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ୍‌ ଖୋଲିବାକୁ ଅନୁମତି ମିଳିଛି। ସେହିପରି ଉଠା ଦୋକାନୀଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲିପାରିବ। କିନ୍ତୁ ଖାଦ୍ୟସାମଗ୍ରୀ କେବଳ ପାର୍ସଲ ଦେବେ। ସେହିଭଳି ସ୍କୁଲ୍, କଲେଜ୍, ଧାର୍ମିକ ଅନୁଷ୍ଠାନ, ପାର୍କ ଏବେ ଖୋଲିବ ନାହିଁ। କୌଣସି ସାମାଜିକ,ସାଂସ୍କୃତିକ କି ଧାର୍ମିକ କାର୍ଯ୍ୟକ୍ରମ ବି ହୋଇପାରିବ ନାହିଁ।

Lockdown 3.0 2021
Advertisment
Advertisment