Advertisment

Father Searching Missing Child: ହଜିଲା ପୁଅକୁ ଖୋଜି ବୁଲୁଛନ୍ତି ବୁଢା ବାପା, ଝୁରି ଝୁରି ମାଆ ପାଗେଳି ହୋଇଗଲେଣି

କାଶୀଅଭିରାମପୁର ଗାଁର ଗୋଲକ ପରିଡାଙ୍କ ପୁଅ ମନୋଜ ପରିଡା ଗତ ବର୍ଷେ ହେଲା ସେ କୁଆଡେ ଚାଲିଯାଇଛନ୍ତି। ପୁଅକୁ ଝୁରି ଝୁରି ମାଆ ପାଗେଳି ହୋଇଗଲାଣି। ବାପା ପୁଅର ଫଟୋ ଧରି ଗାଁ ଗାଁ ବୁଲି ଖୋଜୁଛନ୍ତି।

Bhadrak-Son-missing

Bhadrak-Son-missing Photograph: (OTV)

Advertisment

ହଜିଲା ପୁଅର ଫଟୋ ଧରି ଗାଁ ଗାଁ ବୁଲି ଖୋଜୁଛି ବୁଢା ବାପା । ବଜାରଘାଟ, ବସଷ୍ଟାଣ୍ଡ, ଏ ସହରରୁ ସେ ସହର, ବୁଲି ବୁଲି ନୟାନ୍ତ ହେଲେଣି । ତଥାପି ମିଳୁନି ପୁଅ । ପୁଅକୁ ଝୁରି ଝୁରି ମାଆ ପାଗେଳି ହୋଇଗଲାଣି । ଆଉ ଏ ବୁଢା ବାପାର ଅବସ୍ଥା ତ ଆପଣ ଦେଖୁଥିବେ । ପୁଅକୁ ନ ପାଇ ବାପା ବି ପାଗଳ ପ୍ରାୟ ।   
ପରିଣତ ବୟସରେ ସାହାରା ହୋଇଥାନ୍ତା ପୁଅ । ବାପାମାଆଙ୍କ ଦୁଃଖ ସୁଖ ବୁଝିଥାନ୍ତା । ହେଲେ ବର୍ଷେ ହେଲାଣି କୁଆଡେ ଚାଲିଯାଇଛି ୩୫ ବର୍ଷର ଭେଣ୍ଡିଆ ପୁଅ । ବହୁତ ଖୋଜାଖୋଜି କରିସାରିଲେଣି । ହେଲେ କିଛି ବି ମିଳୁନି ଖୋଜଖବର ।  ହାତରେ ଫଟୋଟିଏ ଧରି ଏଣେତେଣେ ବୁଲି ପୁଅକୁ ଖୋଜୁଛନ୍ତି ଅସହାୟ ବାପା । ଆଉ ଯାହାକୁ ଦେଖୁଛନ୍ତି, ଫୋଟ ଦେଖାଇ ମୋ ପୁଅକୁ ଦେଖିଛି କି ବୋଲି କାନ୍ଦି କାନ୍ଦି ପଚାରୁଛନ୍ତି ।

Advertisment


ଭଦ୍ରକ ନାୟକାଣିଡିହି ଥାନା କାଶୀଅଭିରାମପୁର ଗାଁର ଗୋଲକ ପରିଡାଙ୍କ ପୁଅ ମନୋଜ ପରିଡା । ବାପାଙ୍କ କହିବା ଅନୁସାରେ ମନୋଜଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିଲା । ଗତ ବର୍ଷେ ହେଲା ସେ କୁଆଡେ ଚାଲିଯାଇଛନ୍ତି । ଏନେଇ ବାପା ଗୋଲକ ଥାନାରେ ଅଭିଯୋଗ ବି କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ନିଖୋଜ ପୁଅକୁ ଠାବ କରିପାରିନି ପୋଲିସ । ଶେଷରେ ହତାଶ ହୋଇ ପୁଅର ଫଟୋଟିଏ ଧରି ଗାଁ ଗଣ୍ଡା, ବଜାରଘାଟ ଖୋଜି ବୁଲୁଛନ୍ତି ବୁଢା ବାପା । ଯଦି କେହି ପୁଅର ସନ୍ଧାନ ପାଆନ୍ତି ତାହେଲେ ତାଙ୍କ ଠିକଣାରେ ନହେଲେ ଥାନାରେ ଜଣାଇବାକୁ ଅନୁରୋଧ କରିଛନ୍ତି ।

Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ