Advertisment

ଅଟୋ ଚାଳକଙ୍କୁ ହେଲମେଟ ଫାଇନ୍

ସୁବର୍ଣ୍ଣପୁର  : ଅଟୋ ଚାଳକଙ୍କୁ ହେଲମେଟ୍ ଫାଇନ୍ । କଥାଟା ଅଡୁଆ ଲାଗୁଥିଲେ ବି ସତ। ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ହୋଇଛି ଏହି ଫାଇନ। ବରଗଡ଼ ଜିଲ୍ଲାର ନିଳବନ୍ଧପଡ଼ାର ରାମ ବଂଛୋରକୁ ଦିଆଯାଇଛି ଏହି ଫାଇନ୍‌ ନୋଟିସ। ଯାହାଙ୍କ ତିନି ଚକିଆ ଅଟୋ ଡାଲା ଗାଡ଼ି ନମ୍ବର ହେଉଛି  OR 17H 5743 । ଯେଉଁଥିରେ ସେ କେବଳ ବରଗଡ ସହର ଏବଂ ଆଖପାଖରେ ଲୋକଙ୍କ ଜିନିଷ ନେବା ଆଣିବା କରନ୍ତି। ରାମଙ୍କ କହିବା […]

ଅଟୋ ଚାଳକଙ୍କୁ ହେଲମେଟ ଫାଇନ୍

auto

Advertisment

ସୁବର୍ଣ୍ଣପୁର  : ଅଟୋ ଚାଳକଙ୍କୁ ହେଲମେଟ୍ ଫାଇନ୍ । କଥାଟା ଅଡୁଆ ଲାଗୁଥିଲେ ବି ସତ। ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ହୋଇଛି ଏହି ଫାଇନ।

Advertisment

ବରଗଡ଼ ଜିଲ୍ଲାର ନିଳବନ୍ଧପଡ଼ାର ରାମ ବଂଛୋରକୁ ଦିଆଯାଇଛି ଏହି ଫାଇନ୍‌ ନୋଟିସ। ଯାହାଙ୍କ ତିନି ଚକିଆ ଅଟୋ ଡାଲା ଗାଡ଼ି ନମ୍ବର ହେଉଛି  OR 17H 5743 । ଯେଉଁଥିରେ ସେ କେବଳ ବରଗଡ ସହର ଏବଂ ଆଖପାଖରେ ଲୋକଙ୍କ ଜିନିଷ ନେବା ଆଣିବା କରନ୍ତି।

ରାମଙ୍କ କହିବା ମୁତାବକ ସେ କେବେ ସୁବର୍ଣ୍ଣପୁର ଜିଲ୍ଲାକୁ ଆସିନାହାନ୍ତି । ହେଲେ କାହିଁକି  ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ତାଙ୍କ ପାଖକୁ ଯାଇଛି ଏହି ନୋଟିସ ସେ ଜାଣିନାହାନ୍ତି। ଯେଉଁଥିରେ ଗାଡ଼ି ଚଳାଇଲାବେଳେ ହେଲମେଟ ପିନ୍ଧିନଥିବା ଏବଂ ମୋବାଇଲ ବ୍ୟବାହର କରି ଗାଡ଼ି ଚଳାଉଥିବା ନେଇ ଉଲ୍ଲେଖ କରାଯିବା ସହ ୬ ହଜାର ଟଙ୍କା ଜୋରିମନା ଦେବାକୁ ଲେଖାଯାଇଛି। ବିନା କାରଣରେ ଫାଇନର ନୋଟିସ ଲାଗିଥିବାରୁ ରାମ ଏବେ ତାଙ୍କ ଗାଡ଼ିର ଫିଟନେସ କରିପାରିନଥିବା ଅଭିଯୋଗ କରିଛନ୍ତି । ତେବେ ଏନେଇ ସୁବର୍ଣ୍ଣପୁର ଆରଟିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ