Advertisment

ଆଜିଠୁ ୧୪ ଯାଏ ପ୍ରବଳ ବର୍ଷା ସମ୍ଭାବନା; ବନ୍ୟା, ଭୁସ୍ଖଳନ ହେବା ନେଇ ଆଶଙ୍କା

ଆଜିଠାରୁ ୧୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା କଚ୍ଚା ରାସ୍ତା ଧସିବା ସହ ନଦୀ ଗୁଡ଼ିକରେ ବନ୍ୟା ଭଳି ସ୍ଥିତି ଉପୁଜିବା ଆଶଙ୍କା ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ,…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଆଜିଠୁ ୧୪ ଯାଏ ପ୍ରବଳ ବର୍ଷା ସମ୍ଭାବନା; ବନ୍ୟା, ଭୁସ୍ଖଳନ ହେବା ନେଇ ଆଶଙ୍କା

rain

  • ଆଜିଠାରୁ ୧୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • କଚ୍ଚା ରାସ୍ତା ଧସିବା ସହ ନଦୀ ଗୁଡ଼ିକରେ ବନ୍ୟା ଭଳି ସ୍ଥିତି ଉପୁଜିବା ଆଶଙ୍କା
  • ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲଟି କମିଶନରଙ୍କୁ ଚିଠି 
Advertisment

ଭୁବନେଶ୍ୱର: ଆସୁଛି ବଡ଼ ବର୍ଷା। ଏହାର ପ୍ରଭାବରେ ବିଭିନ୍ନ ନଦୀରେ ଉପୁଜିପାରେ ବନ୍ୟା ଭଳି ସ୍ଥିତି। ଏହାସହ ଭୁସ୍ଖଳନ ହେବାର ମଧ୍ୟ ଆଶଙ୍କା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତାକାଲି ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠାରୁ ୧୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।

ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଏବଂ ୧୨ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର ଆଦି ଜିଲ୍ଲାର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ କଚ୍ଚା ରାସ୍ତା ଧସିବା ସହ ନଦୀ ଗୁଡ଼ିକରେ ବନ୍ୟା ଭଳି ସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ୧୧ରୁ ୧୩ ତାରିଖ ଯାଏ ୩ ଦିନ ଲାଗି ୨୦ରୁ ଅଧିକ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। 

Advertisment

ଅନ୍ୟପକ୍ଷେ, ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର(SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲଟି କମିଶନରଙ୍କୁ ଚିଠି ଲେଖାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ ରଖିବାକୁ SRC ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ସ୍ଥଳେ ସମ୍ବେଦନଶୀଳ ଏବଂ ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ଲାଗି ପ୍ରସ୍ତୁତ ରହିବାକୁ SRC କହିଛନ୍ତି।

ସେହିପରି ଶୁଖିଲା ଖାଦ୍ୟ, ପାନୀୟ ଜଳ, ଗୋଖାଦ୍ୟ, ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ମଧ୍ୟ SRC ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଓଡ଼ିଶାରେ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Weather Alert
Advertisment
Advertisment