Advertisment

ପୁଣି ବଙ୍ଗୋପସାଗରରେ ଲଘୁଚାପ ! ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପ ସାଗର ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ସହ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଉତ୍ତର ବିହାରରୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୀୟ ଉପକୂଳ, ଝାଡ଼ଖଣ୍ଡ, ଗାଙ୍ଗେୟ ଉପକୂଳ ଏବଂ ଉତ୍ତରପଶ୍ଚିମ ବଙ୍ଗୀୟ ଉପକୂଳକୁ ଏହି ଘୂର୍ଣ୍ଣିବଳୟ ବ୍ୟାପି ରହିଛି। ଆଜି କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, […]

ଅଦ୍ୟତନ ହୋଇଛି
ପୁଣି ବଙ୍ଗୋପସାଗରରେ ଲଘୁଚାପ ! ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

rainfall 44

Advertisment

ଭୁବନେଶ୍ୱର: ବଙ୍ଗୋପ ସାଗର ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

Advertisment

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ସହ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଉତ୍ତର ବିହାରରୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୀୟ ଉପକୂଳ, ଝାଡ଼ଖଣ୍ଡ, ଗାଙ୍ଗେୟ ଉପକୂଳ ଏବଂ ଉତ୍ତରପଶ୍ଚିମ ବଙ୍ଗୀୟ ଉପକୂଳକୁ ଏହି ଘୂର୍ଣ୍ଣିବଳୟ ବ୍ୟାପି ରହିଛି।

ଆଜି କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୁଳ ଏବଂ ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

Advertisment

ଆସନ୍ତାକାଲି ଜଗତସିଂହପୁର, ପୁରୀ, କନ୍ଧମାଳ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଏବଂ ଦେବଗଡ଼ରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Weather Updates In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ