Advertisment

ବାତ୍ୟା ପ୍ରଭାବରେ ୨୫ ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ !

ଆସୁଛି ବାତ୍ୟା। ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ତେବେ ଏହାରି ମଧ୍ୟରେ ବାତ୍ୟାକୁ ନେଇ ଓଟିଭିକୁ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ, ୨୫ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।

ବାତ୍ୟା ପ୍ରଭାବରେ ୨୫ ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ !

rain

Advertisment

ଭୁବନେଶ୍ୱର: ଆସୁଛି ବାତ୍ୟା। ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ତେବେ ଏହାରି ମଧ୍ୟରେ ବାତ୍ୟାକୁ ନେଇ ଓଟିଭିକୁ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ, ୨୫ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।  ବାତ୍ୟା ସମ୍ପର୍କିତ ପୂର୍ବାନୁମାନରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଆଜି ଆଣ୍ଡାମାନ ଓ ଆ୦ଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି। କାଲି ସୁଦ୍ଧା ଲଘୁଚାପରେ ଏହା ପରିଣତ ହେବ ଓ ୨୩ରେ ଅବପାତର ରୂପ ନେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅବପାତ ୨୪ରେ ବାତ୍ୟାରେ ରୂପାନ୍ତରିତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହା ପ୍ରଭାବରେ ୨୫ରୁ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବ ବୋଲି ସେ ଆକଳନ କରିଛନ୍ତି।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ସାଧାରଣତଃ ବାତ୍ୟା ଗତିପଥର ଡାହାଣ ପାର୍ଶ୍ୱରେ ଅଧତ୍କ ପବନ, ବର୍ଷା ହୁଏ। ବାତ୍ୟାର ବାମପଟ ଅର୍ଥାତ୍ ଓଡ଼ିଶା ଉପକୂଳ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ଅଧତ୍କ ପ୍ରଭାବିତ ହେବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲଘୁଚାପ ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଲ୍ ସ୍ଥାନ ନିରୂପଣ ହୋଇନି ବୋଲି ସେ କହିଛନ୍ତି।

ସେପଟେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ପୁରା ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ଏ ନେଇ ସୂଚନା ଦେଇ ଏସଆର୍‌ସି ପ୍ରଦୀପ ଜେନା। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଆଜି IMD, NDMA ସଦସ୍ୟଙ୍କ ସହ ବୈଠକ ହୋଇଛି। IMDର ଆକଳନ ଅନୁସାରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୩ରେ ତାହା ଡିପ୍ରେସନ ଓ ୨୪ରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ପ୍ରାକ୍ ଆକଳନ ଅନୁସାରେ ଉତ୍ତର ଓଡ଼ିଶା ଏବଂ ସୁନ୍ଦରବନ ମଧ୍ୟରେ ସ୍ଥଳ ଛୁଇଁବ। ତେବେ ତାହାର ଗତି, ବେଗ, ତୀବ୍ରତା କେତେ ରହିବ IMD ଏ ପର୍ଯ୍ୟନ୍ତ କହିହେବ ନାହିଁ। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଆଦି ରଖି ପ୍ରସ୍ତୁତ ହୋଇଛନ୍ତି।

Advertisment

ଏପଟେ,  ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। କଟକସ୍ଥିତ ଓ଼ଡ୍ରାଫ କାର୍ଯ୍ୟାଳୟକୁ ଯାଇ ମୁକାବିଲା ପ୍ରସ୍ତୁତିର ସମୀକ୍ଷା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବାତ୍ୟାର ମୁକାବାଲି ଲାଗି ଓଡ୍ରାଫ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ ଡିଜି। ତେବେ ବାତ୍ୟାକୁ ନେଇ ସାରା ରାଜ୍ୟରେ ଜୋରସୋରରେ ଚାଲିଛି ଚର୍ଚ୍ଚା।

Cyclone Yass Cyclone Yaas 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ