/odishatv-khabar/media/media_files/2025/10/06/koraput-rain-2025-10-06-14-07-26.jpg)
Koraput-Rain Photograph: (OTV)
ବର୍ଷା ଆରମ୍ଭ ହେଲେ ମାଡିଆସୁଛି ବିପଦ। ରେଳପଥ ହେଉ କି ଜାତୀୟରାଜପଥ, ଯୋଗାଯୋଗରୁ ହେଉଛି ବିଚ୍ଛିନ୍ନ। ଗତ କିଛିଦିନ ତଳେ କୋରାପୁଟରେ ଦିନକରେ ହୋଇଥିଲା ୧୨୪୭ ମିଲିମିଟର ବର୍ଷା। ଯାହା ରଚିଥିଲା ତାଣ୍ଡବ। ବିଭିନ୍ନ ସ୍ଥାନରେ ଭାଙ୍ଗିଥିଲା ଘର, ଧସିଥିଲା ମାଟି ଅତଡା ଏବଂ ଧୋଇ ନେଇଥିଲା ପୋଲ ଓ ରାସ୍ତା।
ଅବିଶ୍ରାନ୍ତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଦୁଃଖ ଦେଇଥିଲା ଜାତୀୟ ରାଜପଥ ୨୬ ଓ ୩୨୬ ତା ସହ କୋରାପୁଟରୁ ରାୟଗଡା ଦେଇ ଯାଇଥିବା ରେଳପଥ। ଜାତୀୟ ରାଜପଥ ୩୨୬ ବଙ୍ଗଳାଗୁଡା ନିକଟରେ ୩ ବର୍ଷ ତଳେ ଭୁସୁଡି ପଡିଥିବା ପୋଲକୁ ବିଭାଗ ଆଜି ପର୍ଯ୍ୟନ୍ତ ସଜାଡ଼ି ପାରିନାହିଁ।
୮ କୋଟି ଟଙ୍କା ବ୍ୟୟ ଅନୁଦାନରେ କାମ ଚାଲୁଛି ଯେ କେବେ ସରିବ ଜଣାପଡୁନାହିଁ। ଅଳ୍ପ ବର୍ଷା ହେଲେ କୋରାପୁଟରୁ ରାୟଗଡା ଯାତାୟତ ଠପ। ସେହିପରି ରାୟପୁରରୁ ବିଶାଖାପାଟଣା ଜାତୀୟ ରାଜପଥ ୨୬ରେ ମଧ୍ୟ ୨ବର୍ଷ ହେଲା ସରୁନି ରାସ୍ତା କାମ। ଅସରାଏ ବର୍ଷା ହେଲେ ଅସ୍ଥାୟୀ ପୋଲ ଉପରେ ଲହଡି ମାରୁଛି ପାଣି। ଆଉ ଲୋକେ ହେଉଛନ୍ତି ଦହଗଞ୍ଜ ।
କିଛିଦିନ ତଳେ ହୋଇଥିବା ନିର୍ଦ୍ଧୁମ ବର୍ଷାରେ କୋରାପୁଟ–ରାୟଗଡା ରେଳପଥରେ କେଉଁଠି ପାହାଡ ଉପରୁ ପଥର ଖସି ଆସିଥିଲା ତ ଆଉ କେଉଠି ଟ୍ରାକ ଉପରେ ମାଟି ଅତଡା ସହ ଟ୍ରାକ ଦବିବାଥିଲା। ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କାମ ଚାଲିଥିଲେ ମଧ୍ୟ ୧୨ ଘଣ୍ଟା ଲାଗିଯାଇତିଲା। ଯେଉଁଥିପାଇଁ ଅସୁବିଧା ଭୋଗିଥିଲେ ଯାତ୍ରୀ।
ଏ ସଂପର୍କରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକଙ୍କୁ ପଚାରିବାରୁ ବର୍ଷା ଜନିତ କ୍ଷୟକ୍ଷତିର ସୁଧାର ଆଣୁଛି ପ୍ରଶାସନ ତା ସହ ୨ ଜାତୀୟ ରାଜପଥ ପୋଲକୁ ଖୁବଶୀଘ୍ର ସାରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ ବୋଲି କହିଛନ୍ତି ।
ତେବେ ଦୀର୍ଘଦିନ ଧରି ପଡ଼ିରହିଥିବା ଏ କାମ କେବେ ସରୁଛି ଦେଖିବାକୁ ବାକି ରହିଲା ।
College Librarian Turns Labour Trafficker: ଦାଦନ ଚାଲାଣର ମାଷ୍ଟରମାଇଣ୍ଡ, କେବେ ପଡ଼ିବ ଧରା...ଖୋଜୁଛି ପୋଲିସ

Rohit Sharma: ରୋହିତଙ୍କ ପିଠିରେ କିଏ ଭୁସିଲା ଛୁରୀ ? ଭାଙ୍ଗିଲା ବିଶ୍ବକପ୍ ଉଠାଇବା ସ୍ୱପ୍ନ

Relief from Traffic Chaos: ଆକାଶରେ ଉଡ଼ି ଅଫିସ ପହଞ୍ଚିବେ, ଟ୍ରାଫିକରେ ଫସିବାରୁ ମିଳିଯିବ ମୁକ୍ତି

Farmers Cry for Help: ଦୁଃଖ ଦେଇଛି ତିଖାଲି ଡ୍ୟାମ, ଉଜୁଡିଗଲା ବର୍ଷକର ଚାଷ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)