Advertisment

ବାତ୍ୟା ଆସୁଛି: ପାରାଦୀପରେ ବର୍ଷା କଚାଡୁଛି

ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍‌ରେ SRC ଦେଲେ ବଡ଼ ସୂଚନା। କହିଲେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବା ନେଇ IMD ସୂଚନା ଦେଇଛି।

ବାତ୍ୟା ଆସୁଛି: ପାରାଦୀପରେ ବର୍ଷା କଚାଡୁଛି

rain

Advertisment
  • ପାରାଦୀପରେ ସର୍ବାଧିକ ବର୍ଷା
  • ବାତ୍ୟା ୟାସ୍ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା ହୋଇଛି
  • ଏନେଇ ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ
  • ଆଜି ସକାଳ ୮ଟା ସୁଦ୍ଧା ପାରାଦୀପରେ ୧୬୧.୧ ମିମି ବର୍ଷା ହୋଇଛି
  • ଅସ୍ତରଙ୍ଗରେ ୧୧୫ ମିମି ଓ କୁଜଙ୍ଗରେ ୧୧୦ ମିମି ବର୍ଷା
  • ଚାନ୍ଦବାଲିରେ ୧୦୪.୯ ଓ କେନ୍ଦ୍ରାପଡ଼ାରେ ୧୦୪ ମିମି ବର୍ଷା
  • ଆଜି କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର ଓ ଭଦ୍ରକ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି
  • କଟକ, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ପୁରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି
Advertisment

ଭୁବନେଶ୍ୱର: ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍‌ରେ SRC ଦେଲେ ବଡ଼ ସୂଚନା। କହିଲେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବା ନେଇ IMD ସୂଚନା ଦେଇଛି। ତଥ୍ୟ ଅନୁସାରେ ଭିତରକନିକା, ଧାମରା, ଚାନ୍ଦବାଲିରେ ଲ୍ୟାଣ୍ଡଫଲ ଆଙ୍କାରେ ସରକାର ପ୍ରସ୍ତୁତି କରିଛନ୍ତି। ଆଜି ସନ୍ଧ୍ୟା ପରଠାରୁ ପବନ ବଢିବାର ଆଶଙ୍କା ରହିଥିବା ନେଇ ସୂଚନା ଦେଇଛନ୍ତି ଏସଆରସି। ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ ଏବଂ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

ଏସଆରସିଙ୍କ ସୂଚନା ଅନୁସାରେ ଆଜି ଦିନ ୧୦ ସୁଦ୍ଧା ୫୦ରୁ ୬୦ ହଜାରଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ପ୍ରକ୍ରିୟାରେ ଜନସାଧାରଣଙ୍କ ସହଯୋଗ ମିଳୁଥିବା ଏସଆରସି କହିଛନ୍ତି। ୪ ହଜାର ୫ ଶହ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଥିବା ନେଇ କହିବା ସହ ବାତ୍ୟା ସମୟରେ ବାହାରେ ବୁଲାବୁଲି ନ କରିବାକୁ ପରାମର୍ଶ ଦେଇଛନ୍ତି SRC। ସେପଟେ ବାତ୍ୟା ବେଳେ ଅନ୍ତତଃ ୪ରୁ ୬ ଘଣ୍ଟା ଛାତ ଘର ଭିତରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି। କଟକ, ଭୁବନେଶ୍ୱରରେ ପବନର ବେଗ ୬୦ରୁ ୯୦ କିମି ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି।

Advertisment
Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ