Advertisment

କଟକରେ ତାଣ୍ଡବ କଲା କାଳବୈଶାଖୀ : ଲୋକଙ୍କ ଆକ୍ରୋଶର ଶିକାର ହେଲା ପୋଲିସ

କଟକରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ବର୍ଷା ଓ ପବନରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଘର ଭାଙ୍ଗି ଛାରଖାର ହୋଇଛି।

author-image
Sarbeswar
ଅଦ୍ୟତନ ହୋଇଛି
କଟକରେ ତାଣ୍ଡବ କଲା କାଳବୈଶାଖୀ : ଲୋକଙ୍କ ଆକ୍ରୋଶର ଶିକାର ହେଲା ପୋଲିସ

Rain

କଟକ: କଟକରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ବର୍ଷା ଓ ପବନରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଘର ଭାଙ୍ଗି ଛାରଖାର ହୋଇଛି। କଟକ ମାଲଗୋଦାମ ବେହେରା ସାହିରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ଉଛେଦ ପରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ସିଏମସି ପକ୍ଷରୁ ଟେଣ୍ଟ କରାଯାଇ ଥଇଥାନ କରାଯାଇଥିଲା। ତେବେ ଆଜି କାଳବୈଶାଖୀ ବର୍ଷାରେ ଟେଣ୍ଟ ସବୁ ଉଡେଇ ଦେବା ସହ ପାଣି ପଶି ଯାଇଥିଲା। ଟେଣ୍ଟ ଭିତରେ କିଛି ପିଲା ଚାପିହୋଇ ରହିଯାଇଥିଲେ।ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇଜଣ ଆହତଙ୍କୁ ମେଡିକାଲ ପଠାଇ ଦିଆଯାଇଛି।ତେବେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇବାରୁ ମଧୁପାଟଣା ପୋଲିସ ପହଞ୍ଚିବା ପରେ ବସ୍ତି ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ପୋଲିସ ଉପରକୁ ଉତ୍ୟକ୍ତ ଲୋକେ ଢେଲାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି।

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ବର୍ଷା ହୋଇଛି। ଆଜି ଅପରାହ୍ଣ ୧୨ଟା ପରେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଜୋରରେ ବର୍ଷା ପବନ ହୋଇଥିଲା। ଏହାସହ ବଜ୍ରପାତ ମଧ୍ୟ ହୋଇଥିଲା।  ବଜ୍ରାଘାତରେ ରାଜ୍ୟର ୨ଟି ସ୍ଥାନରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗରୁତର ଆହତ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।

ବଜ୍ରାଘାତରେ ବଡ଼ ଯାଆଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଯାଆ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରକାନୀ ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟଣା ଘଟିଛି। ଗାଁର ପାଣିବୁଡି ମେଶ୍ୱା ଓ ଭୂମିସୁତା ମେଶ୍ୱା ଦୁହେଁ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ହଠାତ୍‌ ଝଡ଼ତୋଫାନ ସହ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ହିଁ ପାଣିବୁଡିଙ୍କ ମୃତ୍ୟୁ ହୋଇଥିବାବେଳେ ଭୂମିସୂତା ମେଶ୍ୱାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ପାଣିବୁଡିଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ପାଟଣାଗଡ ଅଞ୍ଚଳର ଏକ ଫଡିଘର ବଜ୍ରାଘାତରେ ଜଳି ଯାଇଛି। ଡଙ୍ଗିଆବାହାଲ ଗାଁର କେନ୍ଦୁପତ୍ର ଫଡିଘର ହଠାତ୍‌ ବଜ୍ରାଘାତରେ ହୁହୁ ହୋଇ ଜଳି ଯାଇଥିଲା। ଫଡି ଭିତରେ ଥିବା ପ୍ରାୟ ହଜାରେ ଚଟା କେନ୍ଦୁପତ୍ର ପୋଡ଼ି ଯାଇଥିବା ଅନୁମାନ କରାଯାଉଛି। ତେବେ ଏବେ ବି ଅନେକ ସ୍ଥାନରେ ବର୍ଷା ହେଉଥିବା ସୂଚନା ମିଳିଛି।

Advertisment
Advertisment