Advertisment

ଚିନ୍ତା ବଢାଇଲା ପାଣିପାଗ ବିଭାଗର ପୂର୍ବାନୁମାନ

ରାଜ୍ୟରେ ଅସମ୍ଭାଳ ହେଉଛି ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟର ୧୬ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ୪୪. ୬ ଡ଼ିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଗାମୀ ୭ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ ବିଭାଗ। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲ୍ଲା ପାଇଁ ୱେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

ଚିନ୍ତା ବଢାଇଲା ପାଣିପାଗ ବିଭାଗର ପୂର୍ବାନୁମାନ

yelow-warning

Advertisment

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ହେଉଛି ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟର ୧୬ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ୪୪. ୬ ଡ଼ିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଗାମୀ ୭ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ ବିଭାଗ। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲ୍ଲା ପାଇଁ ୱେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ପ୍ରବଳ ତାତି ଓ ଗୁଳିଗୁଳିକୁ ନେଇ ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି। ତେବେ ପାଣିପାଗ ବିଜ୍ଞାନ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇ ଦେଇଛି। ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଲାଗି ରହିବ ବୋଲି ବିଭାଗ ସତର୍କ କରାଇ ଦେଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ସମେତ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବି ଗ୍ରୀଷ୍ଣ ପ୍ରବାହ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ୨୦ଟି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଚଳିତ ମାସ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ହଠାତ୍ ବଢିଯିବା ପରେ ତୃତୀୟ ସପ୍ତାହରେ ସ୍ଥିତିରେ ସୁଧାର ଆସିଥିଲା। ମାତ୍ର ଏବେ ପୁଣି ବଢିଛି ସୂର୍ଯ୍ୟଦେବଙ୍କ କୋପ। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼଼ରେ ଗତକାଲି ତାପମାତ୍ରା ଥିଲା ୪୨.୨ ଡିଗ୍ରୀ। ହଠାତ୍ ତାତି ବଢିଯିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। କେବଳ ଟିଟିଲାଗଡ ନୁହେଁ, କିଛି ଦିନ ହେବ ୪୦ ଡିଗ୍ରୀ ଉପରେ ରହୁଥିବା ବୌଦ୍ଧ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି। ପ୍ରବଳ ଖରା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ଉପକୂଳବର୍ତ୍ତୀ ସହର ଭଦ୍ରକ ଓ ଯାଜପୁରରେ ମଧ୍ୟ ଅସହ୍ୟ ଗରମ ଅନୁଭୁତ ହେଉଛି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଏଥିସହିତ ତାତିକୁ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି।

Advertisment

ଭଦ୍ରକରୁ ପାର୍ଥସାରଥି ନାୟକ, ବୌଦ୍ଧରୁ ଭାର୍ଜନ ପ୍ରଧାନ, ଟିଟିଲାଗଡରୁ ମାନସ ମହାନ୍ତିଙ୍କ ସହ ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀଙ୍କ ରିପୋର୍ଟ

Weather Forecast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ