Advertisment

ଟ୍ରାଏଲ୍ ରନ୍‌ରେ ବାଧା ନଦେବାକୁ ଲୋକଙ୍କୁ ଅନୁରୋଧ କଲା ରେଲୱେ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ଲାଇନରେ ରେଳସେବା ପୂର୍ବରୁ ଟ୍ରାଏଲ୍ ରନ୍ ସମୟରେ ରେଳରୋକ କରାଯିବା ଅନୁଚିତ୍। ଟ୍ରାଏଲ୍ ରନ୍‌କୁ ଯଦି ବାଧା ଦିଆଯାଏ ତେବେ ପାସେଞ୍ଜର ଟ୍ରେନ୍ ଚଳାଚଳରେ ବିଳମ୍ବ ହେବ। ଯଦି ନିୟମିତ ଟ୍ରେନ୍ ଚଳାଚଳ କରିବ, ତାପୂର୍ବରୁ ମାଲବାହୀ ଟ୍ରେନର ଟ୍ରାଏଲ୍ ରନ୍ ଆବଶ୍ୟକ ବୋଲି କହିଛି ପୂର୍ବତଟ ରେଲୱେ। ଗତକାଲି ମାଲବାହୀ ଟ୍ରେନ୍ ଟ୍ରାଏଲ୍ ରନ୍ ସମୟରେ ରେଳରୋକ କରାଯିବା ସହ ବାଧା ସୃଷ୍ଟି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି […]

ଟ୍ରାଏଲ୍ ରନ୍‌ରେ ବାଧା ନଦେବାକୁ ଲୋକଙ୍କୁ ଅନୁରୋଧ କଲା ରେଲୱେ

railway

Advertisment

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ଲାଇନରେ ରେଳସେବା ପୂର୍ବରୁ ଟ୍ରାଏଲ୍ ରନ୍ ସମୟରେ ରେଳରୋକ କରାଯିବା ଅନୁଚିତ୍। ଟ୍ରାଏଲ୍ ରନ୍‌କୁ ଯଦି ବାଧା ଦିଆଯାଏ ତେବେ ପାସେଞ୍ଜର ଟ୍ରେନ୍ ଚଳାଚଳରେ ବିଳମ୍ବ ହେବ। ଯଦି ନିୟମିତ ଟ୍ରେନ୍ ଚଳାଚଳ କରିବ, ତାପୂର୍ବରୁ ମାଲବାହୀ ଟ୍ରେନର ଟ୍ରାଏଲ୍ ରନ୍ ଆବଶ୍ୟକ ବୋଲି କହିଛି ପୂର୍ବତଟ ରେଲୱେ।

Advertisment

ଗତକାଲି ମାଲବାହୀ ଟ୍ରେନ୍ ଟ୍ରାଏଲ୍ ରନ୍ ସମୟରେ ରେଳରୋକ କରାଯିବା ସହ ବାଧା ସୃଷ୍ଟି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ପାସେଞ୍ଜର ତଥା ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଅତ୍ୟାବଶ୍ୟକ ନିରାପତ୍ତା କାର୍ଯ୍ୟ ଜରୁରୀ ବୋଲି ସ୍ପଷ୍ଟ କରିଛି ପୂର୍ବତଟ ରେଲୱେ। ତେଣୁ ସୁରୁଖୁରୁରେ ଟ୍ରେନ୍ ଚଳାଚଳ ପାଇଁ କୌଣସି ବାଧା ସୃଷ୍ଟି ନ କରିବାକୁ ନିବେଦନ କରାଯାଇଛି। କାରଣ ମାଲବାହୀ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି କଲେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ମଧ୍ୟ ବିଳମ୍ବ ହେବ ଏବଂ ଫିଟ୍ ପ୍ରଣାଳୀ ବିଳମ୍ବ ହେବ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚାଇ ଦିଆଯାଇଛି।

ଗତକାଲି ପ୍ରଥମ ଥର ପାଇଁ ଟ୍ରାଏଲ୍ ହେଉଣୁ କିଛି ସ୍ଥାନୀୟ ଲୋକେ ପାରାଦୀପ-ହରିଦାସପୁର ରେଳ ଲାଇନର ନୂଆଗାଁ ଷ୍ଟେସନରେ ରେଳରୋକ କରିଥିଲେ। ପୂର୍ବାହ୍ନ ୧୧ଟା ୧୫ରେ ପାରାଦୀପ ଷ୍ଟେସନରୁ ଗଡିଥିଲା କୋଇଲା ବୋଝେଇ ଟ୍ରେନ୍। ପାରାଦୀପରୁ ୫୮ ୱାଗନ ବିଶିଷ୍ଟ ମାଲବାହୀ ଟ୍ରେନ ରାଉରକେଲା ଯାଉଛି। କିନ୍ତୁ ରେଳ ଲାଇନରେ ପାସେଞ୍ଜର ଟ୍ରେନ ଚଳାଇବା ଦାବିରେ ଏହି ରେଳରୋକ କରିଥିଲେ।

Advertisment

ତେବେ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବା ପୂର୍ବରୁ ଟ୍ରାଏଲ୍ ରନର ବିଧି ବ୍ୟବସ୍ଥାକୁ ନଜାଣି ଗତକାଲି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କ ଦ୍ୱାରା ଏଭଳି ରେଳରୋକ୍ ପଛର ଅସଲ ଉଦ୍ଦେଶ୍ୟ କଣ, ତାକୁ ନେଇ ଏବେ ନା ନା ପ୍ରଶ୍ନ ଉଠୁଛି।

ବିଜେଡିର ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ତତ୍ୱାବଧାନରେ ଏହି ରେଳରୋକ କରାଯାଉଥିବା କହିଛନ୍ତି ଜଣେ ମହିଳା ସରପଞ୍ଚ। ସେପଟେ ଅତନୁ ବି ଏ ପ୍ରସଙ୍ଗରେ ଗତକାଲି ପ୍ରତିକ୍ରିୟା ରଖି କହିଥିଲେ ଯେ ଆମେ କେବଳ ମାଲବାହି ଟ୍ରେନ୍ ନୁହେଁ, ତା' ସହ ପାସେଞ୍ଜର ଟ୍ରେନ୍ ଚାଲୁ ବୋଲି ଦାବି କରୁଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ