Advertisment

ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ନବରଙ୍ଗପୁର: ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା। ଜଣେ ୮ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭଯୋଗ ହୋଇଛି। ଏଭଳି ଜଘନ୍ୟ ଘଟଣାଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଭୀମା ସାହିରେ ଘଟିଛି । ମୃତ ମହିଳାଙ୍କ ନାଁ ତନୁଶ୍ରୀ ନାୟକ। ଖବର ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୫ ତାରିଖରେ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଖୋଲିକୁଡ଼ା ଗାଁର ଅଲବର୍ଟ […]

ଅଦ୍ୟତନ ହୋଇଛି
ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

pregent leady

Advertisment

ନବରଙ୍ଗପୁର: ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା। ଜଣେ ୮ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭଯୋଗ ହୋଇଛି। ଏଭଳି ଜଘନ୍ୟ ଘଟଣାଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଭୀମା ସାହିରେ ଘଟିଛି । ମୃତ ମହିଳାଙ୍କ ନାଁ ତନୁଶ୍ରୀ ନାୟକ।

Advertisment

ଖବର ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୫ ତାରିଖରେ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଖୋଲିକୁଡ଼ା ଗାଁର ଅଲବର୍ଟ ସେକ୍ସପିୟର ବେନିଆ ତନୁଶ୍ରୀଙ୍କୁ ପ୍ରେମ ବିବାହ କରିଥିଲେ। ତନୁଶ୍ରୀଙ୍କ ଘର ଡାବୁଗାଁ ଥାନା ଅନ୍ତର୍ଗତ ଘୁଷୁରାମାରୁଗୁଡା ଗାଁରେ। କିନ୍ତୁ ବିବାହର କିଛି ଦିନ ପରେ ଆଲବର୍ଟଙ୍କ ପରିବାର ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ।

ନିର୍ଯାତନା ଅସହ୍ୟ ହେବାରୁ ଆଲବର୍ଟ ଓ ତନୁଶ୍ରୀ ପାପଡ଼ାହାଣ୍ଡି ସ୍ଥିତ ଭୀମା ସାହିରେ ଏକ ଭଡ଼ା ଘରେ ରହୁଥିଲେ। ହେଲେ ଗତକାଲି କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ରାତି ପ୍ରାୟ ୧୨ଟା ବେଳକୁ ଆଲର୍ବଟ ତନୁଶ୍ରୀଙ୍କ ଘରକୁ ଫୋନ୍‌ କରି କହିଥିଲେ ଯେ ତମ ଝିଅ ଆତ୍ମହତ୍ୟା କରିଛି। ଏକଥା ଶୁଣି ତନୁଶ୍ରୀଙ୍କ ପରିବାର ଲୋକେ ସେମାନେ ରହୁଥିବା ଘରେ ଆସି ପହଞ୍ଚିଥିଲେ। କିନ୍ତୁ ଆଲର୍ବଟ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।

Advertisment

ଏନେଇ ତନୁଶ୍ରୀଙ୍କ ପରିବାର ଲୋକେ ତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ବିରୋଧରେ ପାପଡ଼ାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୌତୁକ ପାଇଁ ତାଙ୍କ ସ୍ୱାମୀ ଓ ପରିବାର ଲୋକେ ଝିଅକୁ ହତ୍ୟା କରି ରୋଷେଇ ଘରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ