house
ମୟୂରଭଞ୍ଜ: କାହାକୁ କେତେ ସରକାରୀ ଯଜନା ମିଳୁଛି। କିଏ ବିନା ସମସ୍ୟାରେ ବି ସରାକାରୀ ସୁବିଧାକୁ ଚଞ୍ଚକତା କରି ଲୁଟି ନେଉଛି। ହେଲେ ଏଟି ଦିବ୍ୟାଙ୍ଗଙ୍କ ପାଇଁ ସରକାର ଓ ସରକାରୀ ସହାୟତା ବହୁ ଦୂରରେ। ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଦିବ୍ୟାଙ୍ଗ ଭାଇ ଭଉଣୀ। ଜନ୍ମରୁ ଏହି ଭାଇ ଭଉଣୀ ଦିବ୍ୟାଙ୍ଗ ଥିବା ବେଳେ ସରକାରୀ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଉଦଳା ଉପରତାଳଡିହା ଗାଁରୁ।
ଗାଁର ଗୁରଭା ସିଂଙ୍କ ଝିଅ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ବେଳେ ପୁଅ ବି ଦିବ୍ୟାଙ୍ଗ ଅଟେ। ତେବେ ସେମାନଙ୍କୁ ଆଜିଯାଏ ଦିବ୍ୟାଙ୍ଗ ଭତ୍ତା କି କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି। ଯେଉଁ ବୟସରେ ପାଠ ପଢ଼ା ସହ ଖେଳ କୁଦ କରିବା କଥା, ସେଇ ବୟସରେ ବାପା ମାଙ୍କ ପାଇଁ ବୋଝ ପାଲଟିଛନ୍ତି ଝିଅ ସସ୍ମିତା ଓ ପୁଅ ବିଷ୍ଣୁ l
ଅର୍ଥ ଅଭାବରୁ ଦିବ୍ୟାଙ୍ଗ ପିଲାଙ୍କ ଚିକିତ୍ସା କଥା ଭାବି ପାରୁନାହାନ୍ତି ପରିବାର ଲୋକେ। ଏବେ କେବଳ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ତେବେ ଦିବ୍ୟାଙ୍କର ଏପିର ସମସ୍ୟା ଜାଣିବା ପରେ ପରିବାରକୁ ଖୁବ୍ଶୀଘ୍ର ଭତ୍ତା ପ୍ରଦାନ କରାଯିବ ବୋଲି କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/house_1625137084.jpg)