Advertisment

ଓଡ଼ିଶାର ୮ ଜିଲ୍ଲାରେ ଲାଗୁ ହେଲା ବାଧ୍ୟତାମୂଳକ ହଲ୍‌ମାର୍କିଂ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲ୍‌ମାର୍କିଂକୁ ଓଡ଼ିଶାର ୮ଟି ଜିଲ୍ଲାରେ ଲାଗୁ କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା-ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁର। ଏହିି ଜିଲ୍ଲା ଗୁଡ଼ିକର ସୁନା ଦୋକାନୀମାନେ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଓଡ଼ିଶାର ୮ ଜିଲ୍ଲାରେ ଲାଗୁ ହେଲା ବାଧ୍ୟତାମୂଳକ ହଲ୍‌ମାର୍କିଂ

jewellery shop

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲ୍‌ମାର୍କିଂକୁ ଓଡ଼ିଶାର ୮ଟି ଜିଲ୍ଲାରେ ଲାଗୁ କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା-ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁର। ଏହିି ଜିଲ୍ଲା ଗୁଡ଼ିକର ସୁନା ଦୋକାନୀମାନେ କେବଳ ୧୪, ୧୮ ଏବଂ ୨୨ କ୍ୟାରେଟ୍‌ ଯୁକ୍ତ ସୁନା ହିଁ ବିକ୍ରି କରିପାରିବେ।

Advertisment

ସେହିପରି ସୁନା ବ୍ୟବସାୟୀଙ୍କ ପାଇଁ ଅତିରିକ୍ତ ୨୦, ୨୩ ଏବଂ ୨୪ କ୍ୟାରେଟ ସୁନା ଅଳଙ୍କାରକୁ ବି ହଲ୍‌ମାର୍କିଂ ପାଇଁ ଅନୁମତି ମିଳିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରିଛନ୍ତି। ଶୁଦ୍ଧତାର ଗ୍ୟାରେଣ୍ଟି ଦେଉଥିବା ହଲ୍‌ମାର୍କିଂକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୁନ୍‌ ୧୭ ତାରିଖଠୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ପର୍ଯ୍ୟାୟ କ୍ରମେ ସାରା ଦେଶରେ ଲାଗୁ କରାଯିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

ହିତାଧିକାରୀଙ୍କ ସହ ପରାମର୍ଶ ପରେ ସରକାର ଅଳଙ୍କାର କ୍ଷେତ୍ରର କେତେକ ବ୍ୟବସାୟୀଙ୍କ ପାଇଁ ଏହି ନିୟମକୁୁ ଛାଡ୍‌ କରାଯାଇଛି । ବାର୍ଷିକ ୪୦ଲକ୍ଷ ଟଙ୍କା ଯାଏଁ ଟର୍ଣ୍ଣ ଓଭର ଥିବା ବ୍ୟବସାୟୀଙ୍କ କ୍ଷେତ୍ରରେ ଏହି ନିୟମକୁ କୋହଳ କରାଯାଇଛି । ଖାଉଟି ଯେପରି ଶୁଦ୍ଧ ସୁନା ଆଦି ଅଳଙ୍କାର ପାଇପାରିବେ, ସେଥିପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ଗ୍ରାହକଙ୍କଠାରୁ ବିନା ହଲ୍‌ମାର୍କିଂ ପୁରୁଣା ସୁନାକୁ ଜୁଏଲର୍ସମାନେ କିଣିପାରିବେ ବୋଲି ସ୍ପଷ୍ଟ କରାଯାଇଛି ।

Advertisment
Advertisment