Advertisment

ମହାପ୍ରଭୁଙ୍କର ଚାଲିଛି ଘରୋଇ ଉପଚାର

ପୁରୀ : ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପରେ ସୂନାକୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ଚତୁର୍ଦ୍ଧା ମୂର୍ତ୍ତି । ଘୋର ଅନ୍ଧକାର ମଧ୍ୟରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ। ଦୀପ ଆଲୁଅରେ ଚାଲିଛି ଘରୋଇ ଉପଚାର। ଜ୍ୱର ଉପଶମ ଲାଗି ଶ୍ରୀଅଙ୍ଗ ସେବକ ଭାବେ ଦଇତା ଏବଂ ପତି ମହାପାତ୍ର ନିଷ୍ଠାର ସହିତ ଗୁପ୍ତ ସେବା ଦେଉଛନ୍ତି । ଆଜି ଗୁପ୍ତ ସେବାର ପଞ୍ଚମ ଦିବସରେ ମହାପ୍ରଭୁଙ୍କ ଶରୀରରେ ମାଲିସ କରାଯିବ […]

ମହାପ୍ରଭୁଙ୍କର ଚାଲିଛି ଘରୋଇ ଉପଚାର

sri jiu

Advertisment

ପୁରୀ : ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପରେ ସୂନାକୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ଚତୁର୍ଦ୍ଧା ମୂର୍ତ୍ତି । ଘୋର ଅନ୍ଧକାର ମଧ୍ୟରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ। ଦୀପ ଆଲୁଅରେ ଚାଲିଛି ଘରୋଇ ଉପଚାର। ଜ୍ୱର ଉପଶମ ଲାଗି ଶ୍ରୀଅଙ୍ଗ ସେବକ ଭାବେ ଦଇତା ଏବଂ ପତି ମହାପାତ୍ର ନିଷ୍ଠାର ସହିତ ଗୁପ୍ତ ସେବା ଦେଉଛନ୍ତି ।

Advertisment

ଆଜି ଗୁପ୍ତ ସେବାର ପଞ୍ଚମ ଦିବସରେ ମହାପ୍ରଭୁଙ୍କ ଶରୀରରେ ମାଲିସ କରାଯିବ ଫୁଲୁରି ତେଲ। ଘୋର ଅନ୍ଧକାରରେ ଦୀପ ଆଲୁଅରେ ଚାଲିଛି ଜ୍ୱରରେ ପୀଡିତ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଉପଚାର। ମହାପ୍ରଭୁଙ୍କ ଦେହରୁ ସେନାପଟା ଓ ଦିବ୍ୟସ୍ନାନ ବେଳେ ଭିଜିଥିବା ପାଟବସ୍ତ୍ର ବାହାର କରାଯାଇଛି। ବର୍ଷସାରା ଲାଗି ରହିଥିବା ଚନ୍ଦନ, କର୍ପୁର ବସ୍ତ୍ର ସହ ଶ୍ରୀମୁଖରୁ ପଟି ଖୋଲାଯିବା ପରେ ଶୁଭ୍ରବସ୍ତ୍ର ପରିଧାନ କରିଛନ୍ତି ମହାପ୍ରଭୁ ।

ଗୁପ୍ତସେବାର ପଞ୍ଚମ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ କରାଯାଏ।  ବଡଓଡିଆ ମଠ ପକ୍ଷରୁ ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଇଥାଏ। ମାଟିରେ ତିଆରି ଘୁମାରେ ଘଣାପେଡା ସୁଦ୍ଧ ରାଶୀତେଲରେ ଚବିଶ ପ୍ରକାର ସାମଗ୍ରୀ ବେଣାଚେର, କୃଷ୍ଣଭୋଗ ଧାନ,କେତକୀ, ଜୁଇ, ଜାଇ, ଚମ୍ପା, ମାଳତୀ ଆଦି ବିଭିନ୍ନ ସୁବାସିତ ଫୁଲ ଓ ବିଭିନ୍ନ ଔଷଧୀୟ ସାମଗ୍ରୀ ମିଶ୍ରଣ କରି ମାଟିରେ ପୋତା ହୋଇ ରଖାଯାଇଥାଏ । ସେହି ଫୁଲୁରୀତେଲକୁ ମହାପ୍ରଭୁଙ୍କ ଶରୀରରେ ମାଲିସ କଲେ ସ୍ନାନ ଜନିତ ଜ୍ୱରପୀଡାରୁ ଉପଶମ ମିଳିଥାଏ ବୋଲି ବିଶ୍ୱାସ ରହିଛି।

Advertisment

ମଧ୍ୟାହ୍ନ ଧୂପ ପରେ ବିଭିନ୍ନ ସୁବାସିତ ପୁଷ୍ପ ଓ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ ଏହି ଫୁଲୁରୀ ତେଲକୁ ବଡ ଓଡିଆ ମଠ ପକ୍ଷରୁ ପ୍ରଦାନ କରାଯିବା ପରେ ପତିମହାପାତ୍ର ସଂସ୍କାର କରିଥାନ୍ତି  ତାପରେ ବାଡଗ୍ରାହୀ ଓ ସମସ୍ତ ଦଇତାପତି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲକୁ ମାଲିସ କରିବା ପରେ ମହାପ୍ରଭୁ ଧିରେ ଧିରେ ସୁସ୍ଥ ହୋଇଥାନ୍ତି।

ଫୁଲୁରୀ ତେଲ ମାଲିସ ପରେ ରବିବାର ଚେରମୂଳିରେ ପ୍ରସ୍ତୁତ ଓଷ ଲାଗିହେବ। ଏଭଳି ଘରୋଇ ଉପଚାର ଯୋଗୁ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ନବଯୌବନ ଲାଭ କରିବେ।  ଆଉ ଆସନ୍ତା ଜୁଲାଇ ୨ତାରିଖରେ ମହାପ୍ରଭୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ।

Advertisment
Rathyatra Right
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ