Advertisment

ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ପାରାଦୀପ: ଜଣେ ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ହେଇଛି। ପାରାଦୀପରେ ଏଭଳି ଏକ ବଡ଼ ଧରଣର GST ଠକେଇକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିନ ମଜୁରିଆଙ୍କ ଫଟୋ ଓ ଆଇଡି ବ୍ୟବହାର କରାଯାଇ ଏଭଳି କେହି ଠକିଥିବା ସୂଚନା ମିଳିଛି। ପିତାମ୍ବରପୁର ଗାଁର ବିଜ୍ଞାନ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି। ହେଲେ ତାଙ୍କ ନାମରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସ୍‌ଟି ଠକେଇ କରିଥିବା […]

author-image
Dibakar Sahoo
ଅଦ୍ୟତନ ହୋଇଛି
ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

2

ପାରାଦୀପ: ଜଣେ ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ହେଇଛି। ପାରାଦୀପରେ ଏଭଳି ଏକ ବଡ଼ ଧରଣର GST ଠକେଇକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଦିନ ମଜୁରିଆଙ୍କ ଫଟୋ ଓ ଆଇଡି ବ୍ୟବହାର କରାଯାଇ ଏଭଳି କେହି ଠକିଥିବା ସୂଚନା ମିଳିଛି। ପିତାମ୍ବରପୁର ଗାଁର ବିଜ୍ଞାନ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି। ହେଲେ ତାଙ୍କ ନାମରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସ୍‌ଟି ଠକେଇ କରିଥିବା ଜଣାପଡ଼ିଛି।

ଜିଏସ୍‌ଟି ଏନଫୋର୍ସମେଣ୍ଟ ଟିମ୍ ପ୍ରଥମେ ନୋଟିସ କରିବା ସହ ତାଙ୍କ ଘରେ ପହଞ୍ଚି ଛାନଭିନ୍ କରିବା ପରେ ଘଟଣା ପଦାକୁ ଆସିଛି। ବିଜ୍ଞାନଙ୍କ ନାଁରେ ଗତ ଅଗଷ୍ଟ ମାସରୁ ଏଯାଏ ବ୍ୟବସାୟିକ କାରବାର ହୋଇଛି। ମେସର୍ସ ଉର୍ଜା ଷ୍ଟିଲ ନାମରେ କମ୍ପାନୀ ଖୋଲାଯାଇ ବ୍ୟବସାୟ କରାଯାଇଛି।

Advertisment

କମ୍ପାନୀ ମାଲିକଙ୍କ ଠିକଣା ପାରାଦୀପରେ ରହିଥିବା ବେଳେ ବ୍ୟବସାୟିକ କାରବାର ଭୁବନେଶ୍ୱରରେ ହୋଇଛି। ଏଭଳି ଠକେଇରେ ୨ ଜଣ ଶିକାର ହୋଇଛନ୍ତି। ଭୁବନେଶ୍ୱରର ବିଜୟ ବଡ଼ଜେନାଙ୍କୁ ଘର ମାଲିକ ଭାବେ ଦର୍ଶାଯାଇ ବିଜ୍ଞାନ ସ୍ୱାଇଁଙ୍କ ସହ ଏଗ୍ରିମେଣ୍ଟ  କରାଯାଇଥିବା ଜଣା ପଡ଼ିଛି। ସେହିପରି ଏଥିରେ ବିଜ୍ଞାନ ସ୍ୱାଇଁଙ୍କ ପାନ୍ କାର୍ଡ ଓ ଫଟୋ ବ୍ୟବହାର କରାଯାଇଛି।

ଏବେ ଦିନ ମଜୁରିଆ ବିଜ୍ଞାନ ଏ ସବୁ ଘଟଣାରେ ଛନ୍ଦି ହୋଇ ମୁଣ୍ଡରେ ହାତ ଦେଇଥିବା ବେଳେ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ଏନଫୋର୍ସମେଣ୍ଟ ଅଧିକାରୀ ଉଦ୍ୟମ ଚଳାଇଛନ୍ତି।

Advertisment
Advertisment