Advertisment

ପାଦରୁ ଅଳତା ଛାଡ଼ିନି, ନବବିବାହିତାଙ୍କ ମଥାରୁ ଲିଭିଗଲା ସିନ୍ଦୂର

ଆଳି(ବନମାଳୀ ସାହୁ) : ପାଦରୁ ଅଳତା ଛାଡ଼ିନି, ମଥାର ସିନ୍ଦୂର ପୋଛିଦେଲା ମହାମାରୀ । ଚତୁର୍ଥୀ ହୋମର ନିଆଁ ଲିଭିନାହିଁ, ମଶାଣୀରେ ଜଳିଲା ଜୁଇ।  କରୋନାରେ ଜୀବନ ହାରିଲେ ନବବିବାହିତ ଯୁବକ । ଅଧାଗଢ଼ା ହୋଇ ରହିଗଲା ସୁନାର ସଂସାର। ହାତରୁ…

author-image
Prangyan Parimita
ଅଦ୍ୟତନ ହୋଇଛି
ପାଦରୁ ଅଳତା ଛାଡ଼ିନି, ନବବିବାହିତାଙ୍କ ମଥାରୁ ଲିଭିଗଲା ସିନ୍ଦୂର

marriage

ଆଳି(ବନମାଳୀ ସାହୁ) : ପାଦରୁ ଅଳତା ଛାଡ଼ିନି, ମଥାର ସିନ୍ଦୂର ପୋଛିଦେଲା ମହାମାରୀ । ଚତୁର୍ଥୀ ହୋମର ନିଆଁ ଲିଭିନାହିଁ, ମଶାଣୀରେ ଜଳିଲା ଜୁଇ।  କରୋନାରେ ଜୀବନ ହାରିଲେ ନବବିବାହିତ ଯୁବକ । ଅଧାଗଢ଼ା ହୋଇ ରହିଗଲା ସୁନାର ସଂସାର। ହାତରୁ ଶଙ୍ଖା ଭାଙ୍ଗିଦେଲା ନିର୍ଦ୍ଦୟ ଭାଇରସ୍ । ଚତୁର୍ଥୀ ବାସିଦିନ ବର ପ୍ରାଣ ହରାଇବା ପରେ କନ୍ୟାର ସବୁ ସ୍ୱପ୍ନ, ସବୁ ଆଶା ଅକାଂକ୍ଷା ଭାଙ୍ଗି ରୁଜି ଚୁରମାର ହୋଇଯାଇଛି। ଏଭଳି ଛାତିଥରା ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀପଡା ଗ୍ରାମରୁ।

Advertisment

ରାଜକନିକା ଥାନା ଦୂର୍ଗାଦେବୀପଡା ଗାଁର ସଞ୍ଜୟ କୁମାର ନାୟକ । ନିଜ ବଡ ଭାଇଙ୍କ ସହ ଵେଙ୍ଗାଲୁରରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସଞ୍ଜୟଙ୍କ ବାହାଘର ରାଜକନିକାର ଓଳାଭର ଅଞ୍ଚଳର ଏକ ଗାଁରେ ସ୍ଥିର ହୋଇଥିଲା । ବାହାଘର ଠିକ୍ ହେବା ପରେ ସେ ଗତ ୧ ତାରିଖରେ ବଡ ଭାଇଙ୍କ ସହ ଗାଁକୁ ଫେରିଥିଲେ । ଆଉ ୯ ତାରିଖ ଦିନ ତାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ହେଲେ ସଞ୍ଜୟ ବେଙ୍ଗାଲୁରୁରୁ ଫେରିବା ପରେ ଅସୁସ୍ଥ ଅନୁଭବ କରୁଥିଲେ । ଥଣ୍ଡା, ଜ୍ୱର ହେବା ସହ କାଶ ଲାଗି ରହିଥିଲା। ମେଡିସିନ ଖାଇବା ପରେ ମଧ୍ୟ ଜ୍ୱର କମିନଥିଲା। ଅସୁସ୍ଥତା ସତ୍ତ୍ବେ ମଧ୍ୟ ବିବାହ ଅନୁଷ୍ଠିତ ହୋଇଥିଲା।

କିନ୍ତୁ ଚତୁର୍ଥୀ ରାତିରେ ହିଁ ସଞ୍ଜୟଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା । ଘଡ଼ିକୁ ଘଡ଼ି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକେ ଚତୁର୍ଥୀବାସି ଦିନ ତାଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟବସ୍ଥାରେ କିଛି ସୁଧାର ନଆସିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Advertisment
Advertisment
Advertisment