Advertisment

ସ୍କୁଲ ଖୋଲ, ଆମେ ଗଧ ହେଲୁଣି

ମହାମାରୀ କରୋନାର ପ୍ରକୋପରେ ଦୀର୍ଘ ଦିନରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଆଉ ଏହାରି ମଧ୍ୟରେ ପାଠ ଭୁଲି ଗଲେଣୀ ଶିକ୍ଷାର୍ଥୀ। ତେଣୁ ତୁରନ୍ତ ବିଦ୍ୟାଳୟ ଖୋଲିବାକୁ ନିବେଦନ କରୁଛନ୍ତି ଛାତ୍ରଛାତ୍ରୀ। ସ୍ଥିତି ଏମିତି ହେଲାଣି ଯେ, ନିଜ ତଳ ଶ୍ରେଣୀର ପାଠ ବି ସଠିକ୍‌ ଭାବରେ କହିପାରୁନାହାନ୍ତି ପିଲା

author-image
Sarbeswar
ଅଦ୍ୟତନ ହୋଇଛି
ସ୍କୁଲ ଖୋଲ, ଆମେ ଗଧ ହେଲୁଣି

school

ଉମରକୋଟ( କାର୍ତ୍ତିକ ମଲ୍ଲିକ): ମହାମାରୀ କରୋନାର ପ୍ରକୋପରେ ଦୀର୍ଘ ଦିନରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଆଉ ଏହାରି ମଧ୍ୟରେ ପାଠ ଭୁଲି ଗଲେଣୀ ଶିକ୍ଷାର୍ଥୀ। ତେଣୁ ତୁରନ୍ତ ବିଦ୍ୟାଳୟ ଖୋଲିବାକୁ ନିବେଦନ କରୁଛନ୍ତି ଛାତ୍ରଛାତ୍ରୀ। ସ୍ଥିତି ଏମିତି ହେଲାଣି ଯେ, ନିଜ ତଳ ଶ୍ରେଣୀର ପାଠ ବି ସଠିକ୍‌ ଭାବରେ କହିପାରୁନାହାନ୍ତି ପିଲା।

Advertisment

ନବରଙ୍ଗପୁର ଜିଲ୍ଲା ଉମରକୋଟ ସଦର ମହକୁମାରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ସମଗ୍ର ରାଜ୍ୟରେ ଲକ୍ ଡାଉନ କଟକଣା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ଦୀର୍ଘ ସମୟ ଧରି ବନ୍ଦ ପଡିଥିବାରୁ ଛାତ୍ର ଛାତ୍ରୀଙ୍କ ପାଠ ପଢା ଏକ ରକମ ଠପ୍ ହୋଇ ପଡିଛି । ଅଧିକାଂଶ ବିଦ୍ୟାଳୟ ଏବଂ କୋଚିଂ ସେଣ୍ଟର ବନ୍ଦ ଥିବାରୁ ଘରେ ବସି ଟିଭି ଓ ଖେଳ କୁଦରେ ମସଗୁଲ ପିଲା। ଏ କୁନି ଛାତ୍ରୀ ଜଣକ ହେଉଛନ୍ତି ଉମରକୋଟ ସହର ସ୍ଥିତ ବ୍ଲକ୍ କୋଲନି ସାହିର କସ୍ତୁରୀ ମେହେର। ୨୦୨୧-୨୨ ରେ ପଞ୍ଚମ ଶ୍ରେଣୀରେ ପାଠ ପଢିବେ । କିନ୍ତୁ ବିଡମ୍ବନାର ବିଷୟ ହେଉଛି କସ୍ତୁରୀ ନିଜେ ମଧ୍ୟ ଜାଣି ନାହାଁନ୍ତି ସେ ଏବେ କେଉଁ ଶ୍ରେଣିରେ ପଢନ୍ତି। ତେବେ କେବଳ କସ୍ତୁରୀ ନୁହେଁ ବରଂ ଅନେକ ପିଲା ସ୍କୁଲ ଖୋଲିବାକୁ ନିବେଦନ କରୁଛନ୍ତି।

ସରକାର ଛାତ୍ର ଛାତ୍ରୀଙ୍କୁ ଘରେ ବସି ଅନଲାଇନ ଶିକ୍ଷା ଦାନର ବ୍ୟବସ୍ଥା କରିଛନ୍ତି ସତ କିନ୍ତୁ ଅଧିକାଂଶ ଛାତ୍ର ଛାତ୍ରୀଙ୍କ ନିକଟରେ ନା ଅଛି ମୋବାଇଲ ଫୋନ୍ ନା ଅଛି ନେଟୱାର୍କର ବ୍ୟବସ୍ଥା? ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସଦାଶିବ ସୁକୁମାର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ସେ କହିଛନ୍ତି ଯେ, ବିଦ୍ୟାଳୟ ବନ୍ଦ ଯୋଗୁଁଛାତ୍ର ଛାତ୍ରୀ ପାଠ ଭୁଲି ଯାଇଛନ୍ତି।  ଉମରକୋଟ ଅଂଚଳର ୯୦% ଭାଗରୁ ଅଧିକ ଛାତ୍ର ଛାତ୍ରୀ ଅନଲାଇନ ଶିକ୍ଷା ପାଇବାରୁ ବଞ୍ଚିତ ଥିବା ସେ କହିଛନ୍ତି।

Advertisment

Advertisment
Advertisment