Advertisment

Govt Employee Found Dead: ଉପରିସ୍ଥ କର୍ମଚାରୀଙ୍କ ପାଇଁ ଚରମ ପଦକ୍ଷେପ, ଭିଡିଓ କରି ଝୁଲିପଡ଼ିଲେ

ଉପରିସ୍ଥ କର୍ମଚାରୀଙ୍କ ପାଇଁ ଝୁଲିପଡ଼ିଲେ ସରକାରୀ କର୍ମଚାରୀ। ଜଗତସିଂହପୁର ଜିଲ୍ଲାରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

Suicide

Suicide Photograph: (OTV)

Advertisment

ଉପରିସ୍ଥ କର୍ମଚାରୀଙ୍କ ପାଇଁ ଝୁଲିପଡ଼ିଲେ ସରକାରୀ କର୍ମଚାରୀ। ଜଗତସିଂହପୁର ଜିଲ୍ଲାରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ କର୍ମଚାରୀ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସହରପୁର ଗାଁର ନିହାର ମହାନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisment

ଉପରିସ୍ଥ ଅଧିକାରୀଙ୍କ ବାରମ୍ବାର ନିର୍ଯାତନା ସହି ନପାରି ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପୂର୍ବରୁ ଫୋନ୍ ରେ ଭିଡିଓ ମାଧ୍ୟମରେ ଆତ୍ମହତ୍ୟାର କାରଣ କହିଛନ୍ତି ସମ୍ପୃକ୍ତ କର୍ମଚାରୀ। ଆଜି ସକାଳୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। 

ଗୁରୁତର ଅବସ୍ଥାରେ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

Suicide Jagatsinghpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ