Advertisment

କାର୍ଯ୍ୟକାରିଣୀରେ ବିଜେପିର ଅଭିଯୋଗ: କୋଭିଡ଼ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ସରକାର

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ୧୦ଟି ପ୍ରସଙ୍ଗ ନେଇ ରାଜନୈତିକ ଚିଠା ପ୍ରସ୍ତାବ ବୈଠକରେ ପାରିତ ହୋଇଛି। କାର୍ଯ୍ୟକାରିଣୀରେ ଆଗାମୀ ୩ ମାସର ରୋଡମ୍ୟାପ୍ ତିଆରି ହୋଇଛି । ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ…

ଅଦ୍ୟତନ ହୋଇଛି
କାର୍ଯ୍ୟକାରିଣୀରେ ବିଜେପିର ଅଭିଯୋଗ: କୋଭିଡ଼ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ସରକାର

bhrugu baxipatra

Advertisment

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ୧୦ଟି ପ୍ରସଙ୍ଗ ନେଇ ରାଜନୈତିକ ଚିଠା ପ୍ରସ୍ତାବ ବୈଠକରେ ପାରିତ ହୋଇଛି। କାର୍ଯ୍ୟକାରିଣୀରେ ଆଗାମୀ ୩ ମାସର ରୋଡମ୍ୟାପ୍ ତିଆରି ହୋଇଛି । ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖକୁ ଯିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି।

Advertisment

କାର୍ଯ୍ୟକାରିଣୀରେ ଆଲୋଚନା ସଂପର୍କରେ ଏକ ପ୍ରେସ୍‌ମିଟ୍‌ରେ  ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଟେଷ୍ଟ, ଟ୍ରେସ୍, ଟ୍ରିଟରେ ରାଜ୍ୟ ସଂପୂର୍ଣ୍ଣ ବିଫଳ ହୋଇଛି। ତେଣୁ ମୃତ୍ୟୁ  ସଂଖ୍ୟା ବଢୁଛି । ଅକ୍ସିଜେନ ପ୍ଲାଣ୍ଟ,  ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତିରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏଥିସହ କୋଭିଡ଼ ମୃତ୍ୟୁ ସଂଖ୍ୟା ରାଜ୍ୟ ସରକାର ଲୁଚାଉଥିବା କହିଛନ୍ତି ଭୃଗୁ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦଳୀୟ ଭିତ୍ତିରେ ବଣ୍ଟା ଯାଉଥିବା ସେ ଆରୋପ କରିଛନ୍ତି । ମନରେଗାରେ ମେସିନରେ କାମ ହେଉଛି ହେଲେ ପ୍ରବାସୀ ଗାଁକୁ ଫେରିଲା ବେଳକୁ ସେମାନଙ୍କୁ କାମ ମିଳୁନି। ସେହିପରି ବିଜୁଳି ଓ ମଣ୍ଡି ଅବ୍ୟବସ୍ଥା, ଧାନର ଅଭାବ ବିକ୍ରୀ, ସୀମା ବିବାଦ ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି କର୍ଯ୍ୟକାରିଣୀରେ  ଗରିବଙ୍କୁ ମାଗଣା ଚାଉଳ, କୋଭିଡ ଟିକା, ଚାଷୀଙ୍କୁ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦିଆଯାଇଛି। 

Advertisment

ରାଜ୍ୟ ବିଜେପି ଏଇ କାର୍ଯ୍ୟକାରିଣୀ ବୈଠକ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଡିଜିଟାଲ ମୋଡରେ ଅନୁଷ୍ଠିତ ହୋଇଥିଲା। ଏଇ କାର୍ଯ୍ୟକାରିଣୀରେ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟର ପଦାଧିକାରୀ, ବିଧାୟକ, ଜିଲ୍ଲା ସଭାପତି, କାର୍ଯ୍ୟକାରିଣୀର ସମସ୍ତ ସଭ୍ୟ, ବିଭିନ୍ନ ମୋର୍ଚ୍ଚାର ସଭାପତିମାନେ ଯୋଗ ଦେଇଛନ୍ତି । ଏପଟେ ବିଜେପିର ଅଭିଯୋଗ ନେଇ ବିଜେଡି ରଖିଛି ପ୍ରତିକ୍ରିୟା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ