/odishatv-khabar/media/post_attachments/uploadimage/library/16_9/16_9_0/result_1625502707.jpg)
results
ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ। ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ଚଳିତ ବର୍ଷ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ କୃତକାର୍ଯ୍ୟ ହୋଇଛନ୍ତି।
Advertisment
ଚଳିତ ବର୍ଷ ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଚଳିତ ବର୍ଷ ଝିଅଙ୍କ ପାସ୍ ହାର ୮୧.୯୮% ଥିବାବେଳେ ପୁଅଙ୍କ ପାସ୍ ହାର ୭୭.୮% ରହିଛି।
ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ୱେବ୍ସାଇଟ୍ ଓ SMS ମାଧ୍ୟମରେ ଜାଣିପାରିବେ। ବୋର୍ଡର ୨ଟି ୱେବ୍ସାଇଟ୍ www. bseodisha.ac.in , www.bseodisha.nic.in ଓ SMSରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ।
Advertisment
ଆହୁରି ମଧ୍ୟ ପଢ଼ନ୍ତୁ: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ, ପାସ୍ ହାର ୭୮.୭୬%
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)